କପା ଚାଷ କରି ହଟ୍ଟହଟ୍ଟା ଚାଷୀ, ପୁଣି ମଣ୍ଡି ଖୋଲିବାରେ ବିଳମ୍ବ

କଳାହାଣ୍ଡି(କେନ୍ୟୁଜ୍) : ପ୍ରଥମେ ସ୍ୱଳ୍ପବର୍ଷା, ପରେ ରୋଗପୋକ । ଏବେ ପୁଣି ମଣ୍ଡି ଖୋଲିବାରେ ବିଳମ୍ବ । କଳାହାଣ୍ଡି ଜିଲ୍ଲାର ଧଳା ସୁନା କୁହାଯାଉଥିବା କପା ଚାଷ କରି ହଟ୍ଟହଟ୍ଟା ହେଉଛନ୍ତି ଚାଷୀ । ଗୋଲାମୁଣ୍ଡା, ଭବାନୀପାଟଣା, କେସିଗାଁ , କର୍ଲାମୁଣ୍ଡା ଭଳି ବିଭିନ୍ନ ବ୍ଲକରେ ୬୭ହଜାର ହେକ୍ଟରରୁ ଅଧିକ ଜମିରେ କପାଚାଷ ହୋଇଛି। ଯାହା କିଛି ଅଳ୍ପ ବେଶି ଅମଳ ହୋଇଛି ତାକୁ ବିକ୍ରି କରିବାକୁ ଅପେକ୍ଷା କରିଛନ୍ତି ଚାଷୀ।

1kpp କମ୍‌ ଦରରେ କ୍ରୟ ହୋଇ ବାହାର ଜିଲ୍ଲାକୁ ଚୋରା ଚାଲଣ ହେଉଥିବା ଅଭିଯୋଗ ହୋଇଛି। ମଣ୍ଡି ଖୋଲିନଥିବାରୁ ଚାଷୀଙ୍କ ମୁଣ୍ଡରେ ଏବେ ଚଡକ । ଏନେଇ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ଗତ ୨୪ରୁ ମଣ୍ଡି ଖୋଲାଗଲାଣି ବୋଲି କପା ବିଶେଷଜ୍ଞ କହିଛନ୍ତି । କପା ମଣ୍ଡିଗୁଡିକ ନିୟମିତ ଖୋଲିବା ସହ ସରକାରଙ୍କ ଧାର‌୍ୟ୍ୟ ମୂଲ୍ୟରେ ଚାଷୀଙ୍କଠୁ କପା କ୍ରୟ କରିବାକୁ ଚାଷୀ ମହଲରେ ଦାବି ହୋଇଛି।