ଚାଷୀଙ୍କ ଦାବି ନେଇ ଗଠନ ହେଲା ମନ୍ତ୍ରିସ୍ତରୀୟ କମିଟି, ସମସ୍ୟା ଓ ଦାବି ସମ୍ପର୍କରେ କରାଯିବ ଆଲୋଚନା

ଭୁବନେଶ୍ବର(କେନ୍ଯୁଜ୍) : ଚାଷୀଙ୍କ ଦାବି ନେଇ ଗଠନ ହେଲା ମନ୍ତ୍ରିସ୍ତରୀୟ କମିଟି । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟି ଗଠନ କରାଯାଇଛି । କମିଟିରେ କୃଷି,ପଞ୍ଚାୟତିରାଜ,ସମବାୟ ମନ୍ତ୍ରୀ ରହିବେ। ଖୁବଶୀଘ୍ର କମିଟିରେ ଟର୍ମ ଅଫ୍‌ ରେଫରେନ୍ସ ପ୍ରସ୍ତୁତ କରାଯିବ । ଏହାପରେ ଚାଷୀଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ଆଲୋଚନା କରାଯିବ । ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନସନ୍‌ ଦାବି ନେଇ ଆନ୍ଦୋଳନ ଚଳାଇଛି କୃଷକ ସଂଗଠନ ।

faସୂଚନାଅନୁଯାୟୀ, ରାଜଧାନୀ ମୁହାଁ ଚାଷୀ । ବିଭିନ୍ନ ଦାବିରେ ରାଜ୍ୟର ହଜାର ହଜାର ଚାଷୀ ଭୁବନେଶ୍ୱର ଅଭିମୁଖେ ଆସୁଛନ୍ତି । ବିରାଟ ପଦଯାତ୍ରାରେ ଚାଷୀମାନେ ଆସୁଛନ୍ତି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଚାଷୀ ମାନେ ଏକାଠି ହୋଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ତମାଣ୍ଡୋ ଓ ହଂସପାଳ ରାଜପଥରେ ୧୪୪ ଧାରା ଜାରି କରିଛି ପୋଲିସ । ମୁତୟନ ହୋଇଛନ୍ତି ବ୍ୟାପକ ପୋଲିସ କର୍ମଚାରୀ । ସମାବେଶକୁ ଦୃଷ୍ଟିରେ ରଖି ବିଧାନସଭା ଓ ସଚ୍ଚିବାଳୟ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା କଡାକଡି ବି କରାଯାଇଛି ।