ଭଦ୍ରକ:ବୀମାରାଶି ଆତ୍ମସାତ ପ୍ରତିବାଦରେ ଧାରଣାରେ ବସିଲେ ଚାଷୀ, ବାରସର ସେବାସମବାୟ ସମିତିରେ ପକାଇଲେ ତାଲା
ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରସର ସେବା ସମବାୟ ସମିତିରେ ୨୦୧୯-୨୦ ବର୍ଷର ଚାଷୀଙ୍କ ବୀମାରାଶି ଆତ୍ମସାତ ଅଭିଯୋଗ କରି ଆଜି ବାସରସର ସେବା ସମବାୟ ସମିତି ଆଗରେ ଶତାଧିକ ଚାଷୀ ଧାରଣା ବସିବା ସହ ସମିତିରେ ତାଲା ପକାଇଛନ୍ତି । ପାଖାପାଖି ୧ହଜାରରୁ ଅଧିକ ଚାଷୀ ଏପର୍ଯ୍ୟନ୍ତ ବୀମାରାଶି ପାଇନାହାଁନ୍ତି । ତେଣୁ ଚାଷୀମାନେ ବୀମାରାଶି ପାଇବା ଦାବି କରି ସେବା ସମବାୟ ସମିତିରେ ତାଲା ପକାଇ ହୋହାଲ୍ଲା କରିଥିଲେ।
ଚାଷୀଙ୍କ ଅଭିଯୋଗ ୨୦୧୯-୨୦ ଖରିଫରେ ଚାଷୀ ଏହି ସେବା ସମବାୟ ସମତିରୁ କୃଷି ଋଣ କରିବା ସହ ବୀମା ମଧ୍ୟ କରିଥିଲେ । ହେଲେ ଏପର୍ଯ୍ୟନ୍ତ କିଛି ଚାଷୀଙ୍କୁ ବୀମାରାଶି ମିଳିଥିବା ବେଳେ କିଛି ଚାଷୀଙ୍କୁ ବୀମାରାଶି ମିଳିନି । ତେଣୁ ଏହାର ପ୍ରତିବାଦ କରିଛନ୍ତି ଚାଷୀ ।ତେବେ ଯଦି ପ୍ରଶାସନ ଏ ସମସ୍ୟାର ସମାଧାନ ନକରେ ତେବେ ଆଗାମୀ ଦିନରେ ଚାଷୀମାନେ ଏକଜୁଟ ହୋଇ ବଡ ଧରଣର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଯାହାକୁ ସମର୍ଥନ କରିଛି ବିଜେପି ।