ବାରହା ଆକ୍ରମଣରେ ଚାଷୀ ଗୁରୁତର, ଜମିରେ ପାଣି ମଡାଉଥିବା ବେଳେ ଆକ୍ରମଣ

ଅନୁଗୋଳ : ବାରହା ଆକ୍ରମଣରେ ଚାଷୀ ଗୁରୁତର । ଅନୁଗୋଳ ଜିଲ୍ଲା ତାଳଚେର ଗୁଡିବନ୍ଧ ନିକଟସ୍ଥ ଶିବରାମପୁର ଗ୍ରାମରେ ବାରହା ଆକ୍ରମଣରେ ଜଣେ ଚାଷୀ ଗୁରୁତର ହୋଇଛନ୍ତି ।  ଶିବରାମପୁର ଗ୍ରାମର ନିରଞ୍ଜନ ପ୍ରଧାନ (୪୫) ନିଜ ଚାଷ ଜମିକୁ ପାଣି ମଡାଇବାକୁ ଯାଇଥିଲେ । ଚାଷ ଜମିରେ ପାଣି ମଡାଉଥିବା ବେଳେ ହଠାତ୍ ଏକ ବାରହା ଆସି ନିରଞ୍ଜନଙ୍କୁ ଆକ୍ରମଣ କରିଥିଲା । ଯାହା ଫଳରେ ନିରଞ୍ଜନ ଗୁରୁତର ହୋଇଥିଲେ । ନିରଞ୍ଜନଙ୍କ ଚିତ୍କାର ଶୁଣି ନିକଟରେ ଥିବା ଚାଷୀମାନେ ଘଟଣା ସ୍ଥଳରେ ପହଂଚି ନିରଞ୍ଜନଙ୍କୁ ବାରହା ମୁହଁରୁ ବଞ୍ଚାଇଥିଲେ।  ନିରଞ୍ଜନଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ନିରଞ୍ଜନଙ୍କ ଛାତି ଗୋଡରେ ଗଭୀର ଆଘାତ ଲାଗିଛି ।

You might also like