ଫସଲବୀମା କ୍ଷତିପୂରଣ ନପାଇ ତହସିଲ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ଫସଲବୀମା କରି ମଧ୍ୟ କ୍ଷତିପୂରଣ ନପାଇ କୁଚିଣ୍ଡା ତହସିଲ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ। ୨୦୧୮ ମସିହାରେ ଫସଲବୀମା କରିଥିଲେ ମଧ୍ୟ କ୍ଷତିଗ୍ରସ୍ତ ଚାଷୀ କ୍ଷତିପୂରଣ ପାଇଁ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ବୀମା ରାଶିରୁ ବଞ୍ଚିତ ହୋଇଛନ୍ତି। ଏହାର ପ୍ରତିବାଦରେ କୁଚିଣ୍ଡାର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଗଣଧାରଣା, ମହାବନ୍ଦ, ରେଳରୋକ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା। ଏହାପରେ ମଧ୍ୟ ପ୍ରଶାସନ ବୀମା କଂପାନୀ ଉପରେ କୌଣସି ପଦକ୍ଷେପ ନେଇନଥିଲା। ଫଳରେ କୁଚିଣ୍ଡା ବ୍ଲକର ଶତାଧିକ ଚାଷୀ ୨୦୧୮ ଫସଲ ବୀମା ଦାବି ନେଇ ଆଇନ ଅମାନ୍ୟ ଆନ୍ଦୋଳନ କରିଛନ୍ତି। ଉତ୍ତ୍ୟକ୍ତ ଚାଷୀମାନେ କୁଚିଣ୍ଡା ତହସିଲ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ସମବାୟ ବ୍ୟାଙ୍କରେ ତାଲା ପକାଇଦେଇଛନ୍ତି। ବୀମା ରାଶି ନପାଇବା ପର୍ଯ୍ୟନ୍ତ କାର୍ଯ୍ୟାଳୟ ବନ୍ଦ ରଖିବାକୁ କହିଛନ୍ତି।