ଚାଷୀ ଅସନ୍ତୋଷ, ସରକାରୀ ବିହନରେ ଗଛ ଉଠୁନଥିବା ଅଭିଯୋଗ

ନୟାଗଡ଼ (କେନ୍ୟୁଜ୍) : ଚାଷୀ ଅସନ୍ତୋଷ । ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଧାନ ବିହନ ବିଲରେ ବୁଣିଲେ ଗଛ ଉଠୁନାହିଁ। ଏଭଳି ଅଭିଯୋଗ ଆସିଛି ନୂଆଗାଁ ବ୍ଳକ ସଂପଡ଼ା ସମବାୟ ସମିତିରୁ ରଜ ସଂକ୍ରାନ୍ତି ପରେ ଚାଷୀମାନେ ଧାନଚାଷ ଆରମ୍ଭ କରିଥିଲେ। ସରକାରୀ ଧାନ ବିହନ ଆଣି ବିଲରେ ବୁଣିଥିଲେ। ଆଶା ରଖିଥିଲେ ଭଲ ଫସଲ ହେବ ଆଉ ଭଲ ଦୁଇ ପଇସା ରୋଜଗାର କରିବେ। ଚାଷୀ ସୋସାଇଟିରୁ ଧାନ କିଣିଥିଲେ। ଧାନ ଫସଲ ନହେଲେ ଋଣ କିପରି ସୁଝିବେ ବୋଲି ଚାଷୀମାନେ ଚିନ୍ତାରେ ପଡିବା ସହ କ୍ଷୋଭ ପ୍ରକାଶ କରିଛନ୍ତି। ଅନ୍ୟପଟେ ସମସ୍ୟା ନେଇ ସମବାୟ ସମିତି ସମ୍ପାଦକ, ଜିଲ୍ଲା କୃଷି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। କୃଷି ଅଧିକାରୀଙ୍କ ନିଷ୍ପତ୍ତି ଅନୁସାରେ ଚାଷୀମାନଙ୍କୁ ସହାୟତା ମିଳିବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.