ହେ ଭଗବାନ ମୋ ବାଦାମକୁ ବଞ୍ଚାଅ, କାନ୍ଦୁଛି ଚାଷୀ ଚାଷ ଜମିକୁ ଦେଖି

କଣାସ (କେନ୍ୟୁଜ) : ଚାଷ ଜମିରେ ପାଣିର ଅଭାବ ପଡିଲେ ଚାଷୀ ପମ୍ପ ଲଗାଇ କ୍ଷେତରେ ପାଣି ମଡାଏ କିନ୍ତୁ ଏଠି ପରିସ୍ଥିତି ଅଲଗା। ଅତ୍ୟଧିକ ପାଣି ପାଇଁ କାନ୍ଦୁଛି ଚାଷୀ। କ୍ଷେତରୁ ଗଛ ଗୁଡ଼ିକ ବଂଚାଇବା ପାଇଁ ହତାଶ ହୋଇ ଜଳ ନିଷ୍କାସନ କରୁଛନ୍ତି ଚାଷୀ। ଏ ଚିତ୍ର ହେଉଛି ପୁରୀ ଜିଲ୍ଲା କଣାସ ଅଞ୍ଚଳର। ଏଠାରେ ଚାଷୀମାନେ ଦୟା ରାଜୁଆ, ମକରା ନଦୀ ପଠାରେ ପ୍ରତିବର୍ଷ ବାଦାମ୍‌ ଚାଷ କରନ୍ତି। ଏଥର ଧାର କରଜ କରି ଠିକ୍‌ ସମୟରେ ପାଗ ଯୋଗ କରି ଉନ୍ନତ ମାନର ବିହନ ଏବଂ ଅତ୍ୟାଧୁନିକ କୃଷି ପ୍ରଣାଳୀରେ ବାଦାମ ଚାଷ କରିଥିଲେ ଚାଷୀ । ଗଛ ମଧ୍ଯ ଭଲ ଭାବରେ ବଢିଥିଲା। ସୁନାର ଫସଲ ଦେଖି ହସୁଥିଲା ଚାଷୀକୂଳ। କିନ୍ତୁ ବାତ୍ୟର ଜଓ୍ଵାଦ ଆସି ଚାଷୀର ସ୍ୱପ୍ନକୁ ଭାଙ୍ଗି ରୁଜି ଚୂରମାର କରିଦେଲା। ବର୍ଷା ଜଳରେ ଏହା ଏବେ ମୂଳ ସଢିବା ଏବଂ ଝାଉଁଳିବା ଆରମ୍ଭ କଲାଣି । ଯାହା ଚାଷୀ ମାନଙ୍କ ମନରେ ବେଶ କଷ୍ଟ ଦେଇଛିା ଚାଷୀ କୂଳ ପାଇଁ ବେଡ଼ି ଉପରେ ନଳିତା ବିଡ଼ା ସଦୃଶ ହୋଇଛିା

ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ ଏବଂ କଣଶସବ୍ଲକରେ ବ୍ଯାପକ ପରିମାଣର ବାଦାମ ଚାଷ କରାଯାଉଥିବାବେଳେ ଚଳିତ ବର୍ଷ ମଧ୍ଯ ଏହା କରାଯାଇଛି । କଣାସ ବ୍ଲକର ଗଡ଼ ସାନପୁଟ ଗଡ଼ବଡ଼ପୁଟ, ଗଡ଼ବଳଭଦ୍ରପୁର, ଦୋକନ୍ଦା , ପାଣ୍ଡିଆକେରା ଏବଂ ବଡ଼ାସ ପଂଚାୟତର ଚାଷୀମାନେ ନଦୀ ପଠାରେ ବାଦାମ ଚାଷ କରିଛନ୍ତିା ତେବେ ଜଦ୍ୱାଦ ବାତ୍ଯାରେ ବର୍ଷା ଜାରି ରହି ଏବେ ବାଦାମ କ୍ଷେତରେ ପାଣି ଜମି ରହିଛି । ଯେଉଁମାନେ ଅଣ ଜଳସେଚିତ ବାଦାମ ଚାଷ କରିଛନ୍ତି ସେମାନଙ୍କୁ ପ୍ରତି ହେକ୍ଟର ପିଛା ୬୮୦୦ଟଙ୍କା ଏବଂ ଯେଉଁମାନେ ଜଳସେଚିତରେ ବାଦାମ ଚାଷ କରିଛନ୍ତି ସେମାନଙ୍କୁ ହେକ୍ଟର ପ୍ରତି ୧୩୫୦୦ ଟଙ୍କାର ସହାୟତା ଦିଆଯିବ ବୋଲି ପୁରୀ ଜିଲ୍ଲା ମୂଖ୍ଯ କୃଷି ଅଧିକାରୀ କହିଛନ୍ତି ।

farmingଯେଉଁମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଛନ୍ତି ସେମାନେ ଜିପିଏସ କ୍ୟାମେରାରେ ଫଟୋ ଉଠାଇ ଏହାକୁ ଗ୍ରାହକ ସେବା କେନ୍ଦ୍ରରେ ଅପଲୋଡ଼ କରିବେ ଏହା ସହିତ ଜମି ପଟାର ଜେରକ୍ସ କପି ଏବଂ ଇନସ୍‌୍ୟୁରାନ୍ସର କପିକୁ କୃଷି କାର୍ଯ୍ଯାଳୟରେ ସହକାରୀ କୃଷି ଅଧିକାରୀ ପ୍ରଦାନ କରିବା ପାଇଁ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ କହିଛନ୍ତି । ହଜାର ହଜାର ହେକ୍ଟର ଧାନ ଫସଲ ନଷ୍ଟ ହେବାର ଦେଖିବାକୁ ମିଳିଛି । ଚାଷୀମାନେ ବିଭିନ୍ନ ବ୍ଯାଙ୍କରୁ ଋଣ କରି ଧାନ ଚାଷ କରିଥିବାବେଳେ ଏହା ଏବେ ନଷ୍ଟ ହେବାକୁ ବସିଛି । ଏବେ ଏହି ଋଣକୁ କିଭଳି ସୁଝିବେ ସେହି ଚିନ୍ତାରେ ଚାଷୀ । ଯୋଗ୍ୟ ହିତାଧିକାରୀଙ୍କୁ ତଦନ୍ତରେ ସାମିଲ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ତଦନ୍ତରେ ଯେପରି ଗୋଟିଏ ଜଣେ ବି ଯୋଗ୍ଯ ଚାଷୀ ବାଦ୍‌ ନ ପଡ଼ିବେ ସେଥିପାଇଁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.