ୠଣ କରି ଚାଷ କରିଥିବା ଚାଷୀ ଚିନ୍ତାରେ , ବର୍ଷା ପ୍ରଭାବରେ କମ ଦରରେ ବିକ୍ରି କରୁଛନ୍ତି ପରିବା

ପ୍ରଥମେ ବାତ୍ୟା ଦାନା ଏବେ ଅଦିନିଆ ଲଘୁଚାପ ବର୍ଷା । ଚାଷୀଙ୍କ ପାଇଁ ଦୁଃଖର କାରଣ ସାଜିଛି ଏହି ବର୍ଷା । ଦୁଇ ଦିନ ତଳେ ହୋଇଥିବା ବର୍ଷାରୁ ଚାଷୀ ମୁକୁଳି ନଥିବା ବେଳେ ଏବେ ପୁଣି ଥରେ ମେଘୁଆ ଆକାଶ ଓ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି ।

ଦୈନିକ ବାଙ୍କୀରୁ କଟକ ଓ ଭୁନେଶ୍ବରକୁ ଶହ ଶହ ଟ୍ରିପ ପରିବା ବିକ୍ରି ହେବାକୁ ଯାଇଥାଏ । ମାତ୍ର ମୌସୁମୀ ବର୍ଷା ପ୍ରଭାବରେ ପରିବା ଫସଲ ନଷ୍ଟ ହେଉଛି । ବର୍ତ୍ତମାନ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ମୌସୁମୀ ବର୍ଷାର ପ୍ରଭାବରେ ତୁହାକୁ ତୁହା ବର୍ଷା ବାଙ୍କୀରେ ହେଉଥିବାରୁ କଖାରୁ ଫସଲ ଜମିରେ ପାଣି ଭର୍ତ୍ତି । କଖାରୁ ପାଣିରେ ବୁଡି ନଷ୍ଟ ହୋଇଯିବା ଆଶଙ୍କା ଥିବାରୁ ଚାଷୀ ଜମିରୁ କଖାରୁ କାଟି ଖୁବ୍ କମ୍ ଦରରେ ବାଧ୍ୟ ହୋଇ ବେପାରୀଙ୍କୁ ବିକ୍ରି କରୁଛି ।

ବାଙ୍କିରେ ବାଇଗଣ କିଲୋ ୫୦ଟଙ୍କା, ପୋଟଳ ୪୦ଟଙ୍କା, ଭେଣ୍ଡି ୩୦ଟଙ୍କା ଦର ଥିବା ବେଳେ କଖାରୁ କିଲୋ ୧୫ଟଙ୍କାରେ ବିକ୍ରି ହୋଇଛି । ବର୍ଷାରେ ପରିବା ନଷ୍ଟ ହେବାର ଆଶଙ୍କା ଥିବାରୁ ଏତେ କମ ଦରରେ ବିକ୍ରି କରି ଦେଉଛନ୍ତି ଚାଷୀ । ବେପାରୀମାନେ ପରିବାକୁ ନେଇ କଟକ ଓ ଭୁନେଶ୍ବରରେ ବିକ୍ରି କରୁଛନ୍ତି । ଧାର କରଜ ଓ ୠଣ କରି ଚାଷ କରିଥିବା ଚାଷୀ ଚିନ୍ତାରେ ଅଛନ୍ତି ।