ଅମ୍ଫନ ପ୍ରଭାବରେ ଭାଙ୍ଗିଲା ପାନ ବରଜ, ଚିନ୍ତାରେ ଚାଷୀ

କଟକ(କେନ୍ଯୁଜ୍): ଅମ୍ଫନ ପ୍ରଭାବରେ ଭାଙ୍ଗିଲା ପାନ ବରଜ। କଟକ ଜିଲ୍ଲା ନିଆଳି, କଣ୍ଟାପଡ଼ା ଓ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ୍ ଅଞ୍ଚଳରେ ହଜାର ହଜାର ପାନ ଚାଷୀ ପାନ ବରଜ ମାଧ୍ୟମରେ ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି। ଚଳିତ ଅମ୍ଫନ ପ୍ରଭାବରେ ନିଆଳି ବ୍ଲକର ହଳଦି ବସନ୍ତ,ବିଳାଶୁଣୀ, ନୂଆଗାଁ,ବିନିଶପୁର ଓ ବାହାରଣା ପଞ୍ଚାୟତରେ ଭାଙ୍ଗିପଡିଛି ଶତାଧିକ ପାନବରଜ। କରୋନା ପ୍ରଭାବରେ ପାନଚାଷୀ ଅଭାବି ବିକ୍ରୀର ସମ୍ମୁଖୀନ ହୋଇଛନ୍ତି। ସେହିପରି ଗତ ଫନି ବାତ୍ୟାରେ ମଧ୍ୟ ପାନଚାଷୀ ସର୍ବଶାନ୍ତ ହୋଇଥିଲେ। ଏବେ ଅମ୍ଫନ ପାନ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.