ସୋସାଇଟି ଧାନ କାଟିବାକୁ ନେଇ ରାସ୍ତା ରୋକ କଲେ ଚାଷୀ

ବାସୁଦେବପୁର : ସୋସାଇଟି ଧାନ କାଟିବାକୁ ନେଇ ରାସ୍ତା ରୋକ କଲେ ଚାଷୀ । ଏପରି ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ଅଂଚଳରେ । ନିର୍ବାଚନ ସମୟରେ ଘୋଷଣା କରିଥିଲେ ଚାଷୀଙ୍କର ଧାନ ସରକାର ତାଙ୍କ ପାଖରୁ 3100 ଟଙ୍କାରେ କିଣିବେ । ହେଲେ ସରକାର କହିଥିବା କଥା ରଖିଲେ । ଯେତେବେଳେ ମଣ୍ଡି ଖୋଲିଲା, ଚାଷୀ ଧାନ ଆଣି ଅଧିକ ପଇସା ପାଇବା ଆଶାରେ ମଣ୍ଡିରେ ଧାନ ଦେବା ବେଳକୁ ଦେଖା ଦେଲା ବିବାଦ । ଚାଷୀ ଠାରୁ ମିଲର 10ରୁ 11ପରସେଣ୍ଟ ଧାନ କାଟି ନେଉଥିବାରୁ ଦେଖା ଦେଇଛି ।

ଏହାକୁ ନେଇ ଚାଷୀ ଆଜି ରାଜରାସ୍ତାକୁ ଓହ୍ଲାଇଛି । ଆଜି ଶହ ଶହ ଚାଷୀ ଏକତ୍ରୀତ ହୋଇ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଛି । ତାଙ୍କୁ ସମର୍ଥନ କରି ରାସ୍ତାରେ ବସିଛନ୍ତି କଂଗ୍ରେସ କର୍ମୀ ଓ ସରପଞ୍ଚ । ରାସ୍ତାରୋକ ହେବା ଫଳରେ ରାସ୍ତାରେ ସହସହ ଗାଡି ଅଟକି ରହିଛି । ଫଳରେ ଦୂର ଦୁରାନ୍ତକୁ ଯିବାକୁ ଥିବା ଯାତ୍ରୀମାନେ ରାସ୍ତାରେ ଅଟକି ରହିଛନ୍ତି । ତୁରନ୍ତ ସରକାର ଏହିପ୍ରତି ଦୃଷ୍ଟି ଦେଇ ଚାଷୀଙ୍କ ଦାବି କଟନୀ ଛଟଣିକୁ ବନ୍ଧ କରାଯାଉ। ଫଳରେ ଚାଷୀମାନେ ନିଜର ଧାନକୁ ସୁଚାରୁ ରୂପେ ମଣ୍ଡିରେ ଦେଇ ପାରିବେ।ସରକାର କଟନୀ ଛଟଣି ନ କରିବାକୁ କହିଥିବା ବେଳେ କାହା ସ୍ୱାର୍ଥରେ ମିଲର ଧାନ କାଟୁଚି । ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହିତ ଧାନ ନ କାଟିବାକୁ ଦାବି କରିଛନ୍ତି ଚାଷୀ ।