ମଣ୍ଡିରେ ଚାଷୀକୁ ମିଳୁନି ଲାଭ: ଚାଲିଛି ମିଲରଙ୍କ ରାଜ୍, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ଧର୍ମଗଡ଼ : ଚାଷ ଓ ଚାଷୀଙ୍କ ପାଇଁ ସରକାର ଦିନ କୁ ଦିନ ନୂଆ ନୂଆ ପଦକ୍ଷେପ ନେବା ସହ ମଣ୍ଡିରେ ଯେମିତି ସହଜରେ ଚାଷୀ ଧାନ ବିକ୍ରି କରିବେ, ସେଥିପ୍ରତି ଯତ୍ନବାନ୍‌ ହେଉଛନ୍ତି । ହେଲେ ପ୍ରକୃତ ପକ୍ଷେ ମଣ୍ଡିରେ ଚାଷୀକୁ ମିଳୁନି ଲାଭ। ଏହାର ଫାଇଦା ଉଠାଉଛନ୍ତି ମିଲର। ବସ୍ତା ନାରେ ଚାଲିଛି କଟନି ଛଟନି । କୁଇଣ୍ଟାଲ ପ୍ରତି ଚାଷୀଙ୍କ ଠୁ ସାତରୁ ଆଠ କେଜି କାଟୁଥିବା ବେଳେ ଚାଷୀ ତଳି ତଳାନ୍ତ ହେଉଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ମଣ୍ଡଳ ମଣ୍ଡିରୁ ଆସିଛି ଏଭଳି କିଛି ଅଭିଯୋଗ । ଏଠି ଚାଲିଛି ମିଲରଙ୍କ ରାଜ୍, ବସ୍ତା ନା ରେ ଚାଲିଛି ଚାଷୀଙ୍କଠୁ ଲୁଟ୍‌ । ଓଜନ ନାରେ କୁଇଣ୍ଟାଲ ପ୍ରତି ସାତ ରୁ ଆଠ କେ.ଜି ନେଉଥିବା ଅଭିଯୋଗ କରିଛନ୍ତି ଚାଷୀ।

ଚଳିତ ଖରିଫ୍‌ ଋତୁରେ ଏହି ଅଞ୍ଚଳର ମଣ୍ଡଳ, କୋଟାଗାଁ, ବଳାଗାଁ , ମିନଗୁର୍‌ ଆଦି ଅଞ୍ଚଳ ର ଚାଷୀଙ୍କ ଧାନ ବିକ୍ରି ନିମନ୍ତେ ପ୍ରଶାସନ ପକ୍ଷରୁ ମୁଖିଗୁଡା ନିୟନ୍ତ୍ରିତ ବଜାର କମିଟି ଜରିଆରେ ମଣ୍ଡି ଖୋଲାଯାଇଛି। ମଣ୍ଡଳ ସମବାୟ ସମିତି ଜରୀଆରେ ଧାନ କିଣା ଯାଉଥିବା ବେଳେ ଏଠି ସାତ ଗୋଟି ମିଲର ଟ୍ଯାଗ ହୋଇଛନ୍ତି । ଏଠି କିନ୍ତୁ ବସ୍ତାରେ ଚାଷୀଙ୍କଠୁ ଠକେଇ ଚାଲିଛି। ଖାଲି ବସ୍ତାର ଓଜନ ୫୦୦ ରୁ ୬୦୦ ଗ୍ରାମ ଥିବା ବେଳେ ୪୦.କେଜି ଓଜନ କରି ୪୧ କେଜି ୪୦୦ ଗ୍ରାମ ଓଜନ କରୁଥିବା ବେଳେ କଟନି ଛଟନି ବାବଦକୁ ୫କେଜିରୁ ସମୁଦାୟ ୭ରୁ ଆଠ କେଜି ନେଉଥିବା ଅଭିଯୋଗ କରିଛନ୍ତି ଚାଷୀ ।

farmer tensionଖାଲି ସେତିକି ନୁହେଁ ଏଠି ଲେବର ବି ଶୋଷଣର ଶିକାର ହେଉଛନ୍ତି । କୁଇଣ୍ଟାଲ ବସ୍ତା ଲୋଡିଂ ପାଇଁ ଦଶ ଟଙ୍କା ଥିବା ବେଳେ ଶ୍ରମିକଙ୍କୁ ଆଠ ଟଙ୍କା ଦିଆ ଯାଉଥିବା ଅଭିଯୋଗ ହୋଇଛି । ଫଳରେ ମଣ୍ଡିରେ କାମ କରୁଥିବା ଶ୍ରମିକ ଶୋଷଣ ହେଉଛି । ସେପଟେ ଚାଷୀ ଓ ମିଲର ବୁଝାମଣାରେ ଚାଲିଛି ଧାନ କିଣା, ଟାର୍ଗେଟ ଚାଳିଶ ହଜାର କୁଇଣ୍ଟାଲ ଥିବାବେଳେ ୧୬ ଶହ କୁଇଣ୍ଟାଲ ଧାନ ଉଠିଥିବା କହିଛନ୍ତି କ୍ରୟ ଅଧିକାରୀ ।

farmerକେତେ ବେଳେ ରୋଗ ପୋକ ତ, କେତେବେଳେ ଅଦିନିଆ ବର୍ଷା ଯୋଗୁଁ ଚାଷୀ କ୍ଷତି ସହୁ ଥିବାବେଳେ ଏବେ covid 19 କଟକଣାରେ ବି ନିଜ କଷ୍ଟ ଉପାର୍ଜିତ ଧାନ‌କୁ ଦଲାଲ କୁ ନଦେଇ ମଣ୍ଡିରେ ବିକି ଦୁଇ ପଇସା ଉପାର୍ଜନ ଆଶା କରୁଛି । ହେଲେ ଏଥିରେ ବି ମିଲର ଠୁ ଶୋଷଣ ହେବାରେ ଲାଗିଛି । ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।

 

Leave A Reply

Your email address will not be published.