ଚାଷୀଙ୍କୁ ମିଳୁନି, ହେଲେ ସରକାରୀ କୀଟନାଶକ ଔଷଧରେ ନିଆଁ ଲଗାଇ ଦିଆଯାଉଛି

ଉମରକୋଟ : ଆସିଲାଣି ମୌସୁମୀ । ବର୍ଷା ଆରମ୍ଭ ହେବା ପରେ ଚାଷ କାମ ଆରମ୍ଭ କଲେଣି ଚାଷୀ । ଚାଷ ପାଇଁ ଆବଶ୍ୟକ ଔଷଧ ଓ କୀଟନାଶକ ପାଇଁ ଚାଷୀ ଆସୁଛନ୍ତି । କିନ୍ତୁ ସେ ସବୁ ନପାଇ ଫେରି ଯାଉଛନ୍ତି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ।

କାର୍ଯ୍ୟାଳୟ ପରିସର ମଧ୍ୟରେ ବହୁ ପରିମାଣର କୀଟନାସକ ଔଷଧକୁ ଫିଙ୍ଗିବା ସହ ସେଥିରେ ନିଆଁ ଲଗେଇ ଦେଉଛନ୍ତି କର୍ମଚାରୀ । କିନ୍ତୁ ଏପଟେ କିନ୍ତୁ ଚାଷୀଙ୍କୁ ମିଳୁନି ସେସବୁ । ଔଷଧ ଓ କୀଟନାଶକ ମଧ୍ୟରେ କିଛିର ଅବଧି ତାରିଖ ସାରି ଯାଇଥିବା ବେଳେ ଆଉ କିଛିର ଅବଧି ତାରିଖ ରହିଛି । ଚାଷୀ ମାନଙ୍କୁ ଅବଧି ତାରିଖ ଥିବା କୀଟନାଶକ ନଦେଇ ଫିଙ୍ଗି ଦେବା ସହ ପୋଡ଼ି ଦେଉଥିବା ନେଇ ଅଭିଯୋଗ ହୋଇଛି ।

ଏ ସଂପର୍କରେ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଆମ ଠାରୁ ଏ ସଂପର୍କରେ ସେ ଜାଣିବାକୁ ପାଇଲେ । ସେ ଏ ସମ୍ପର୍କରେ ତଦନ୍ତ କରିବେ । କୀଟନାଶକ ଗୁଡ଼ିକ କେଉଁ ସ୍କିମ୍ ରେ ଆସିଛି । ସେ ବିଷୟରେ ବୁଝିବା ସହ ଜିଲ୍ଲା ଅଧିକାରୀଙ୍କୁ ଜଣାଇବେ । ଯିଏ ଏପରି କରିଛି ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ।

କଥାରେ ଅଛି ସରକାର କା ମାଲ୍ ଦରିଆ ମେ ଡାଲ୍। ଅର୍ଥାତ୍ ସରକାରୀ ଜିନିଷ ମାନେ ଖାଅ ପିଅ ନଷ୍ଟ କର ଏଭଳି ମନବ୍ରୁତି ଥାଏ ସମସ୍ତଙ୍କର । କିଛି ଅଧିକାରୀଙ୍କ ଅବହେଳା ପାଇଁ ଏଠି ଚାଷୀ ମାନଙ୍କ ପାଖରେ ପହଁଚି ଔଷଧ ଓ କୀଟନାଶକ । ଓଲଟି ନଷ୍ଟ ହୋଇ ସେସବୁ ଖତ ଖାଉଛି । ଯାହାର ଦୃଶ୍ୟ ସାମ୍ନାକୁ ଆସିବା ପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା ।