ଦଳ ଦଳ ହୋଇ ଫସଲ ନଷ୍ଟ କରୁଛନ୍ତି ଅଜଣା ପୋକ, ଭୟରେ ରାୟଗଡା ଡାଲିଆକୁଜି ଅଞ୍ଚଳର ଚାଷୀ

ରାୟଗଡା: ଚାଷୀଙ୍କୁ ଘାରିଛି ପଙ୍ଗପାଳ ପୋକର ଭୟ । ଏହା ଭିତରେ ଏମିତି ଏକ ପୋକ ଦଳ ଦଳ ହୋଇ ଫସଲ ନଷ୍ଟ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ଡାଲିଆକୁଜି ଅଞ୍ଚଳରେ । ଏକ ଝିଣ୍ଟିକା ପ୍ରଜାତିର କୀଟ ପରିବା ସହ ଧାନ କ୍ଷେତରେ ପ୍ରବେଶ କରି ତଳି ଘରା ନଷ୍ଟ କରୁଛନ୍ତି । ଗତ ଦୁଇ ଦିନ ହେବ ଡାଲିଆକୁଜି ଅଞ୍ଚଳରେ ଏହି ପୋକ ଦେଖିବାକୁ ମିଳିଥିବା ବେଳେ ଚାଷୀ ମାନେ ଏବେ ଭୟବିତ ଅବସ୍ଥାରେ ଅଛନ୍ତି ।

ଚଳିତ ବର୍ଷ ଖରୀଫ୍ ଫସଲ କେମିତି ହେବ ତାକୁ ନେଇ ଚିନ୍ତାରେ ଚାଷୀ । ସକାଳ ହେଲେ ଚାଷୀ ମାନେ ନିଜ ନିଜ କ୍ଷେତରେ ଏହି ପୋକକୁ ଘଉଡାଇବାରେ ବସ୍ତ ରହୁଛନ୍ତି । ତେବେ ଏହି ପୋକକୁ ପୂର୍ବରୁ ଲୋକେ ଦେଖିନଥିବା ବେଳେ ହଠାତ୍ କ୍ଷେତରେ ଦେଖି ଭୟବିତ ହୋଇଯାଇଛନ୍ତି । ଫସଲ ନଷ୍ଟକାରୀ ପଙ୍ଗପାଳ ପୋକ ସଂପର୍କରେ ଏହି ଅଞ୍ଚଳର ଚାଷୀ ମାନେ ଜଣିନଥିବା ବେଳେ ଏହି ପୋକକୁ ଲୋକେ ପଙ୍ଗପାଳ ବୋଲି ଅନୁମାନ କରୁଛନ୍ତି ।

unknowବହୁ କଷ୍ଟରେ ସାହୁକାର ଠାରୁ ଧାର କରଜ କରି ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି ଚାଷୀ। ତେବେ ହଠାତ୍ ଏହି ପୋକକୁ ଦେଖି ଚାଷୀଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଅନ୍ୟପଟେ ପୋକ ପଙ୍ଗପାଳ ନୁହେଁ ବୋଲି କୃଷି ବିଭାଗ କହିଛି । ଝିଣ୍ଟିକା ପ୍ରଜାତିର ପୋକ ହଠାତ୍ ଡାଲିଆକୁଜି ଅଞ୍ଚଳକୁ ଆସିଥିବାରୁ ଲୋକେ ଭୟବିତ ହୋଇଛନ୍ତି । ତେବେ ଚାଷୀ ମାନେ କୌଣସି ମତେ ଭୟବିତ ନହୋଇ ଚାଷ କାର୍ଯ୍ୟ ଜାରି ରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ସେହିପରି ଉକ୍ତ ଅଞ୍ଚଳକୁ କୃଷି ବିଭାଗର ଏକ ଟିମ୍ ଯାଇ ଚାଷୀ ମାନଙ୍କୁ ସଚେତନ କରାଇବ ବୋଲି ସହକାରୀ କୃଷି ଅଧିକାରୀ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଲଘୁଚାପ ବର୍ଷ ପୂର୍ବରୁ ଏହି ଅଞ୍ଚଳର ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ଏପରି ଫସଲ ନଷ୍ଟକାରୀ ପୋକକୁ ଦେଇ  ଏବେ ଚିନ୍ତାରେ ପଡିଯାଇଛି ।

 

Leave A Reply

Your email address will not be published.