ଢେଙ୍କାନାଳ କାଇଁଶ ଗ୍ରାମରେ ଅଭାବନୀୟ ଘଟଣା, ଫସଲ ଜଗିଥିବାବେଳେ ଚାଷୀଙ୍କୁ ଦଳି ମାରିଲା ଦନ୍ତା

ଢେଙ୍କାନାଳ : ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କାଇଁଶ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣଙ୍କ ହେଉଛନ୍ତି ରମେଶ ସାହୁ। ସେ ନିଜ ବାଡ଼ିରେ ପନିପରିବା ଫସଲ ଜଗି ଥିଲେ। ବିଳମ୍ବିତ ରାତିରେ ଗୋଟିଏ ଦନ୍ତାହାତୀ ଫସଲ ନଷ୍ଟ କରୁଥିବାରୁ ତାକୁ ଘଉଡ଼ାଇବା ଯିବା ସମୟରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା।

ରମେଶ ସାହୁ ଜଣେ ଗରିବ ଚାଷୀ ହୋଇ ଥିବାରୁ ତୁରନ୍ତ ବନବିଭାଗ ପକ୍ଷରୁ ତାଙ୍କୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏହା ସହିତ ଅଧିକାଂଶ ସମୟରେ ଗହମଖୁଣ୍ଟି ଗାଁରେ ଏହି ଗୋଟିକିଆ ଦନ୍ତା ଆତଙ୍କ କରି ଆସୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ତୁରନ୍ତ ଏହି ଦନ୍ତାକୁ ଟ୍ରାଙ୍କୁଲାଇଜ କରି ଅନ୍ୟତ୍ର ନେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ସକାଳୁ ଖବର ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.