ହକପାଇଁ ରାଜରାସ୍ତାରେ ଚାଷୀ, କଟନିଛଟନି ପ୍ରତିବାଦରେ ଚାଷୀଙ୍କ ଆନ୍ଦୋଳନ
ସୁବର୍ଣ୍ଣପୁର : ହକପାଇଁ ରାଜରାସ୍ତାରେ ଚାଷୀ । ମଣ୍ଡିରେ କ୍ଵିଣ୍ଟାଲ ପ୍ରତି ୨ରୁ ୩କେଜି ଧାନ କଟନି ଛଟନି ହେଉଥିବା ପ୍ରତିବାଦରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସାରସମାଲ ମଣ୍ଡିରେ ମିଲର୍ସଙ୍କ ମନମାନି ଏବଂ କଟନି ଛଟନିକୁ ବିରୋଧ କରି ବରଗଡ -ସୋନପୁର ମୁଖ୍ୟ ରାସ୍ତାର ସାରସମାଲ ଛକରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି।
୩ଦିନ ହେଲା ହକପାଇଁ ଧାରଣା ଦେଇଛନ୍ତି ଚାଷୀ । ଗତ ୧୦ ତାରିଖରୁ ମଣ୍ଡି ଖୋଲିଥିଲେ ହେଁ ଧାନ ବିକ୍ରି ହୋଇପାରୁନାହିଁ। ସେପଟେ ଏଡିଏମ କହିଛନ୍ତି ତୁରନ୍ତ ସମସ୍ୟାର ସମାଧାନ କରାଯାଇ ଧାନ କ୍ରୟ କରାଯିବ ।