ବକେୟା ଘର ଭଡାକୁ ନେଇ ପରିବା ଗୋଦାମରେ ତାଲା, ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଚାଷୀ

ବକେୟା ଘର ଭଡାକୁ ନେଇ ପରିବା ଗୋଦାମରେ ତାଲା ପଡ଼ିବାକୁ ନେଇ ଚାଷୀଙ୍କ ରାସ୍ତା ରୋକ। ପ୍ରତିବାଦରେ ପୌର କର୍ମଚାରୀ ଓ ପରିବା ଚାଷୀ ହାତାହାତି ହୋଇଛନ୍ତି । ବାସୁଦେବପୁର ପୋଲିସ ମୁତୟନ।

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ପକ୍ଷରୁ ବକେୟା ଘର ଭଡାକୁ ନେଇ ପରିବା ଗୋଦାମରେ ତାଲା ପଡ଼ିବାକୁ ନେଇ ଚାଷୀଙ୍କ ରାସ୍ତା ରୋକ। ପ୍ରତିବାଦରେ ପୌର କର୍ମଚାରୀ ଓ ପରିବା ଚାଷୀ ହାତାହାତି ହୋଇଛନ୍ତି । ବାସୁଦେବପୁର ପୋଲିସ ମୁତୟନ।

ସୂଚନା ଅନୁସାରେ ବାସୁଦେବପୁର ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ୯ଟି ପରିବା କଣ୍ଟା ହେଉଥିବା ଦୋକାନରେ ଦିର୍ଘ ଦିନ ଧରି ୪ ଲକ୍ଷରୁ ଅଧ୍ଚଳ ଟଙ୍କା ବାକି ପଡିଛି । ଯାହାକୁ ନେଇ ପୌରପାଳିକା ପକ୍ଷରୁ ବାରମ୍ବାର ତାଗିଦ କରିଥିଲେ ମଧ୍ୟ ବକେୟା ଟଙ୍କା ପୈଠ କରିନଥିଲେ ପରିବା କଂଟା ଦୋକାନୀ । ବାଧ୍ୟ ହୋଇ ପୌରପାଳିକା ପକ୍ଷରୁ ଗତକାଲି ସଂନ୍ଧ୍ୟାରେ ଦୋକାନ ଘରେ ତାଲା ପକାଇଥିଲେ । ଆଜି ସକାଳେ ବାସୁଦେବପୁରର ବିଭିନ୍ନ ଅଂଚଳରୁ ଶତାଧିକ ପରିବା ଚାଷି ନିଜର ପରିବା ଧରି ପରିବା କଣ୍ଟାକୁ ଆସିଥରଲେ । ହେଲେ ସେଠାରେ ତାଲା ପଡିଥିବା ଦେଖି ପରିବା ଚାଷି ହତାସ ହୋଇଯାଇଥିଲେ ।

ପରେ ଉକ୍ତ କଣ୍ଟାରେ ପୌରପାଳିକା ପକ୍ଷରୁ ତାଲା ପକାଯାଇଥିବା ଜାଣି ବାସୁଦେବପୁର ଧାମରା ରାସ୍ତା ପରିବା ରଖି ହୋହଲ୍ଲା କରିବା ପରେ ପୌରପାଳିକା କାଯ୍ୟାଳୟ ଆଗରେ ହୋ ହାଲ୍ଲା କରିଥିଲେ । ସେମାନଙ୍କୁ କୌଣସି ନୋଟିସ ନଦେଇ ତାଲା ପକାଇବାରୁ ସେମାନଙ୍କ ପରିବା ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ଚାଷି । ସମୋନଙ୍କ କଥା ନଶୁଣିବା ପର୍ଯ୍ୟନ୍ତ ଧାରଣା ହଟିବ ନାହିଁ ବୋଲି ଯିଦ୍ ଧରିଥିଲେ । ପରେ ପୁଣି ପୌରପାଳିକା କାର୍ଯ୍ୟାଳୟରେ ଚାଷି ଓ କର୍ମଚାରୀଙ୍କ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ । ପରିସ୍ଥିତି ଅଣଆୟତ ହେବାରୁ ପୋଲିସ ମୁତୟନ କରାଯାଇ ଚାଷୀଙ୍କୁ ଘଉଡାଇଥିଲେ । ଏହି ଗଣ୍ଡଗୋଳରେ ଥିବା ପରିବା ବେପାରୀ ଜଣକୁ ପୋଲିସ ଧରି ଥାନାରେ ଅଟକ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.