୪ଦଫା ଦାବି ନେଇ ସମ୍ବଲପୁରରେ ଗର୍ଜିଲେ ଚାଷୀ, ୧୭ଟି ସ୍ଥାନରେ ଚକାଜାମ୍‌ ଆନ୍ଦୋଳନ

ସମ୍ବଲପୁର(କେନ୍ଯୁଜ୍) : ସମ୍ବଲପୁରରେ ଗର୍ଜିଲେ ଚାଷୀ । ୧୭ଟି ସ୍ଥାନରେ ଚକାଜାମ୍‌ ଆନ୍ଦୋଳନ । ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଓ ମରୁଡି ଘୋଷଣା ସମେତ ୪ଦଫା ଦାବି ନେଇ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ ପକ୍ଷରୁ ବିକ୍ଷୋଭ କରାଯାଉଛି। ଫଳରେ ଜାତୀୟ ରାଜପଥ ଉପରେ ଗାଡି ଚଳାଚଳ ଠପ୍‌ ହୋଇଯାଇଛି। ସମ୍ବଲପୁର-ରାଉରକେଲା, ସମ୍ବଲପୁର-କଟକ, ସମ୍ବଲପୁର-ବରଗଡ଼ ଓ ସମ୍ବଲପୁର-ସୋନପୁରକୁ ଗମନାଗମନ ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି। ଜିଲ୍ଲାର ରେମେଡ, ବାମରା, ରେଙ୍ଗାଳି, ଗୋଶାଳା, ଧମା ଓ କୁଚିଣ୍ଡାର ବିଭିନ୍ନ ସ୍ଥାନରେ କୃଷକମାନେ ରାସ୍ତା ଅବରୋଧ କରିଛନ୍ତି।

strikeeeଜିଲ୍ଲାର ୩୩ଟି ପଞ୍ଚାୟତର ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସେମାନେ ଆଜିପର‌୍ୟ୍ୟନ୍ତ ଫସଲ ବୀମା ପାଇପାରିନାହାଁନ୍ତି ।ଏହାକୁ ବିରୋଧ କରି ପୂର୍ବରୁ କୃଷକ ସୁରକ୍ଷା ସଙ୍ଗଠନ ପକ୍ଷରୁ ସମବାୟ ବ୍ୟାଙ୍କରେ ତାଲା ପକାଯାଇଥିଲା। ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ମଧ୍ୟ ଧାରଣା ଦିଆଯାଇଥିଲା। ହେଲେ ଦାବି ପୂରଣ ନହେବାରୁ ଆଜି ରାଜରାସ୍ତାକୁ ଓହ୍ଲାଇଛି ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.