ହାତୀଙ୍କ ଉପଦ୍ରବ ଯୋଗୁ ବ୍ୟାପକ ଧାନ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଆନନ୍ଦପୁର : ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବୁଢ଼ୀକୁଦ ପଞ୍ଚାୟତ ଟଭାକୁଦ ଗ୍ରାମରେ କିଛିଦିନ ଧରି କ୍ରମାଗତ ଭାବରେ ହାତୀଙ୍କ ଉପଦ୍ରବ ଯୋଗୁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି ।  ସଂଧ୍ୟା ପରେ ହାତୀପଲ ଜଙ୍ଗଲରୁ ବାହାରି ଆସି ନିକଟସ୍ତ ଧାନ ଫସଲକୁ ଖାଇବା ସହିତ ଦଳି ଚକଟି ସମ୍ପୂର୍ଣ୍ଣ ନଷ୍ଟ କରିଦେଉଛନ୍ତି ।  ଆଦିବାସ ଅଧ୍ୟୁଷିତ ଏହି ଅଞ୍ଚଳର ଚାଷୀମାନେ ଧାନ ଚାଷ କରି ପରିବାରର ଗୁଜୁରାଣ ମେଣ୍ଟେଇଥାନ୍ତି ।

ବର୍ତମାନ ପରିସ୍ଥିତି ଏପରି ହୋଇଛି ଯେ ବହୁ ଗରିବ ଚାଷୀଙ୍କର ଧାନ ଫସଲ ନଷ୍ଟ ହୋଇଯାଇଥିବାରୁ ସେମାନେ କିପରି ଋଣ ସୁଝିବେ ଏବଂ ବର୍ଷ ତମାମ ପିଲା ଛୁଆଙ୍କୁ କଣ ଖାଇବାକୁ ଦେବେ ସେ ନେଇ ଚିନ୍ତାରେ । ଏ ବାବଦରେ ଲୋକଙ୍କ ଆପତ୍ତି ଅଭିଯୋଗ ସତ୍ତ୍ୱେ ବନବିଭାଗ ପକ୍ଷରୁ ହାତୀ ମାନଙ୍କୁ ଘୋଉଡାଇବା ପାଇଁ କୌଣସି ପଦକ୍ଷପ ନିଆଯାଉନଥିବା ଅଭିଯୋଗ ହୋଇଛି ।

ତେଣୁ ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଯଥାଶୀଘ୍ର ଏହାର ସ୍ଥାୟୀ ସମାଧାନ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୁରାଣ ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଚାଷୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like