କେନ୍ଦ୍ର ସରକାରଙ୍କ ୨୦୧୯ ବର୍ଷ ପାଇଁ ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ଓଡ଼ିଶାର ତିନିଟି ସହର

କେନ୍ୟୁଜ୍ : କେନ୍ଦ୍ର ସରକାର ଜାରି କରିଛନ୍ତି ବର୍ଷ ୨୦୧୯ ପାଇଁ ସ୍ୱଚ୍ଛ ସର୍ବେକ୍ଷଣ ତାଲିକା। ଏଥିରେ ଓଡ଼ିଶାର ତିନିଟି ସହର ରହିଛି। ଇଷ୍ଟ ଜୋନର ଦ୍ରୁତ ଅଗ୍ରଗତି ସହର ତାଲିକାର ଓଡ଼ିଶାର ତିନିଟି ରହିଛି। ତିନିଟି ବର୍ଗରେ ପାରାଦୀପ, ଯାଜପୁର ଓ କରଞ୍ଜିଆକୁ ପୁରସ୍କାର ମିଳିଛି। ପୂର୍ବାଞ୍ଚଳରେ ୫୦ ହଜାରରୁ ଲକ୍ଷେ ଜନସଂଖ୍ୟା ବିଶିଷ୍ଟ ଦ୍ରୁତ ଅଗ୍ରଗତି ସହର ଭାବରେ ମନୋନୀତ ହୋଇଛି ବନ୍ଦର ନଗରୀ ପାରାଦୀପ। ସେହିପରି ୨୫ ହଜାରରୁ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ସହର ଯାଜପୁର। ଲକ୍ଷେରୁ କମ୍ ଜନସଂଖ୍ୟା ବିଶିଷ୍ଟ ଦ୍ରୁତ ଅଗ୍ରଗତି ସହର ଭାବରେ ପୁରସ୍କୃତ ହୋଇଛି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ।