ରାଜଧାନୀ ଉପକଣ୍ଠରେ ମର୍ମନ୍ତୁଦ ଦୁର୍ଘଟଣା: ଖୁଣ୍ଟରେ ପିଟି ହେଲା କାର, ଜଣେ ମୃତ; ୪ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଲିଙ୍ଗିପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତି ୧ଟା ୨୦ମିନିଟ୍ ସମୟରେ ରାଜଧାନୀ ଉପକଣ୍ଠ ଲିଙ୍ଗିପୁର ଦୟା ବ୍ରିଜ ନିକଟରେ ଏଭଳି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । କାରଟି ପୁରୀରୁ ଭୁବନେଶ୍ବର ଅଭିମୁଖେ ଫେରୁଥିବା ବେଳେ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସୂଚନା ଅନୁସାରେ ଗତକାଲି କାରଟି ପୁରୀରୁ ଭୁବନେଶ୍ବର ଅଭିମୁଖେ ଫେରୁଥିବା ବେଳେ ପ୍ରଥମେ ଏକ ଗଛ ଓ ପରେ ବିଦ୍ୟୁତ୍ ଖୁଣ୍ଟିରେ ପିଟି ହୋଇଥିଲା । ଗଛ ଓ ବିଦ୍ୟୁତଖୁଣ୍ଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ କାରଟି ମଧ୍ୟ ସମ୍ପୂର୍ଣ୍ଣ ଚେପା ହୋଇଯାଇଥିବା ଦେଖିବାକୁ ମିଳିଛି। ଘନ କୁହୁଡ଼ି କାରଣରୁ ରାସ୍ତା ନଜାଣିପାରି କାର ଚାଳକ ଦୁର୍ଘଟଣା ଘଟାଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଆହତ ୪ଜଣଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଧଉଳି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରଟିକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

 

ଆହୁରି ପଢନ୍ତୁ : ପୁରୀ-ବଡବିଲ ଏକ୍ସପ୍ରେସରୁ ପଡି ଯୁବତୀ ମୃତ, ଏକ୍ସାମ ସାରି ଫେରୁଥିଲେ

 

You might also like