୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ୧୬ ନମ୍ୱର ଜାତୀୟ ରାଜପଥ ତୋଟାପଡା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଚାପାରେ ବାଇକ୍‌ ଆରୋହୀଙ୍କ ମୃତ । ମୃତ ଯୁବକ ଜଣଙ୍କ ହେଉଛନ୍ତି ବ୍ୟବସାୟୀ । ଖୋର୍ଦ୍ଧା ମଳିପଡା ନିକଟ ଲହଙ୍ଗା ଗ୍ରାମର ନବ ନାୟକ । ନବ ଆଜି ବ୍ୟବସାୟ କରି ଖୋର୍ଦ୍ଧାରୁ ନିଜ ଘରକୁ ଫେରୁଥିବା ବେଳେ ତୋଟାପଡା ଛକରେ ଟ୍ରକ ସହିତ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ନବଙ୍କର ଜୀବନ ଯାଇଥିଲା ।

ଖବର ପାଇ ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ଟ୍ରକକୁ ଜବତ କରିଥିବା ବେଳେ ଟ୍ରକ ଚାଳକ ଫେରାର ଥିବାର ସୂଚନା ଦେଇଛି । ସେହିପରି କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଛି ତାର ତଦନ୍ତ ଆରମ୍ଭ କରିଛି ପୋଲିସ । ଏଥିସହିତ ମୃତଦେହକୁ ଜବତ କରି ଖୋର୍ଦ୍ଧା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.