ବାରିପଦା / ବଲାଙ୍ଗିର: ଅଶୁଭ ରବିବାର । ଚାଲିଗଲା ୬ ଜୀବନ। ବାରିପଦା ଓ ବଲାଙ୍ଗିରର ବିଭିନ୍ନ ସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୬ ଜଣଙ୍କ ମୃତ୍ୟୁ ହୋଇଛି । ବାରିପଦାର ପୃଥକ୍ ପୃଥକ୍ ଦୁଇଟି ସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରଙ୍ଗମାଟିଆ ଲୁଲୁଙ୍ଗ ରାସ୍ତାରେ ଗଛରେ ପିଟି ହୋଇ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ବୋଲେରୋ ଡ୍ରାଇଭର ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏମାନେ କରମ୍ ପାଟରେ ସାମିଲ ହେବାକୁ କୁଳଡିହାରୁ ତାରାଯୋଡିକୁ ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି ।
ସେପଟେ ପାଲବଣି ବାଇପାସରେ ଟ୍ରକ-ବାଇକ୍ ଧକ୍କା ହୋଇଛି । ଟ୍ରକଟି ରାସ୍ତା କଡରେ ଛିଡା ହୋଇଥିବାବେଳେ ଏକ ବାଇକ୍ ପଛରୁ ପିଟି ହୋଇଯାଇଛି । ଫଳରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ମୃତ ୨ଯୁବକ ହେଲେ ବାରିପଦା ସଦର ଥାନା ଅଧୀନ ସିନ୍ଦୂର ଗୌରା ଗାଁର ବିକାଶ ମହାନ୍ତ ଓ ହରିଶ୍ଚନ୍ଦ୍ରପୁର ଗାଁର ମିଟୁ ମହାନ୍ତ ।
ଅନ୍ୟପଟେ ବଲାଙ୍ଗିର ଜିଲ୍ଲା ସମ୍ବଲପୁର ଜାତୀୟ ରାଜପଥ ୨୬ର ମାଧିଆପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି । ୨ ଯୁବକଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି । ମୃତ ଯୁବକଙ୍କୁ ପରିଚୟ ଜଣାପଡ଼ିନାହିଁ । ଆଜି ସକାଳେ ୨ ଯୁବକଙ୍କ ମୃତଦେହ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ପୋଲିସକୁ ଖବରକୁ ଦେଇଥିଲେ । ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତଦେହ ନିକଟରେ ପଡ଼ିଥିବା ବାଇକ୍କୁ ଜବତ କରି କରିଛି।