ଆଠଗଡ଼: ଜାଗାବାଡିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମରଣାନ୍ତକ ଆକ୍ରମଣ, ଭାଇରାଲ ହେଉଛି ଭିଡିଓ

ଆଠଗଡ଼: ମହାମାରୀ କରୋନାର ଦ୍ବିତୀୟ ଲହରୀର ଭୟାବହତା ଏବେ ସାରା ଦେଶରେ ମୃତ୍ୟୁର ତାଣ୍ଡବଲୀଳା କରୁଥିବା ବେଳେ, ଜାଗାବାଡିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମରଣାନ୍ତକ ଆକ୍ରମଣ ଏବେ ଆଠଗଡ଼ ଅଂଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଆଠଗଡ଼ ବିଜ୍ଞାପିତ ଅଞ୍ଚଳର ଏକ ନମ୍ବର ୱାର୍ଡ ତାଳଖମା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସାରା ରାଜ୍ୟରେ ଏବେ ଲାକଡାଉନ ଚାଲିଥିବା ବେଳେ, ଲୋକମାନେ ନିଜ ନିଜ ଘରେ ରହି କରୋନା ଭଳି ମାରାତ୍ମକ ରୋଗର ମୁକାବିଲା କରୁଛନ୍ତି । ଏହି ସମୟରେ ଜାଗାବାଡିରେ ଘର ନିର୍ମାଣକୁ ନେଇ ତାଳଖମା ଗ୍ରାମର ଚମ୍ପତିରାୟ ପରିବାର ଏବଂ ଦଳେଇ ପରିବାର ମଧ୍ୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଏହି ଗଣ୍ଡଗୋଳରେ ପୁରୁଷ ତ ପୁରୁଷ ମହିଳାମାନେ ମଧ୍ୟ ନିଜ ନିଜର ଆକ୍ରୋଶର ମିଞ୍ଜାସ ଦେଖେଇଥିବା ଦେଖିବାକୁ ମିଳିଛି। ଘଟଣାଟି ଗତକାଲି ଘଟିଥିବା ବେଳେ ଆଜି ତାର ଭିଡିଓ ଭାଇରାଲ ହୋଇ ସମଗ୍ର ଆଠଗଡ଼ ଅଂଚଳରେ ଘୂରି ବୁଲୁଛି। ତେବେ ଉଭୟ ପକ୍ଷରୁ ଆଠଗଡ଼ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଥିବା ବେଳେ, ଆଠଗଡ଼ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

 

 

Leave A Reply

Your email address will not be published.