ମୀନା ବଜାରକୁ ବୁଲିବାକୁ ଆସିଥିବାବେଳେ ବଚସାରୁ ତୁମୁଳକାଣ୍ଡ: ଯୁବକଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ

ଜଳେଶ୍ଵର(କେନ୍ୟୁଜ): ଯୁବକଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ । ମୀନା ବଜାରକୁ ବୁଲିବାକୁ ଆସିଥିବା ୨ଯୁବକଙ୍କ ମଧ୍ୟରେ ସାମାନ୍ୟ ବଚସାରୁ ତୁମୁଳକାଣ୍ଡ । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ କେବିନ ପଡିଆରେ ଚାଲିଥିବା ମୀନାବଜାରରେ ଘଟିଛି ଏହି ଘଟଣା ।

ସୂଚନା ଅନୁଯାୟୀ, ବିଦ୍ୟାଧରପୁର ଗ୍ରାମର ଜମାଲ୍ଳୁଦିନ ଖାନ୍‌ ଗତକାଲି ରାତିରେ ମେଳାକୁ ବୁଲି ଆସିଥିଲେ । ମେଳାରେ ସାମାନ୍ୟ ବଚସା ନେଇ ଅନ୍ୟ ଜଣେ ଯୁବକ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ଫେରାର ହୋଇଥିଲେ ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଜମାଲୁଦ୍ଦିନକୁ ଉଦ୍ଧାର କରି ପ୍ରଥମେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଜମାଲୁଦ୍ଦିନଙ୍କ ପରିବାର ପକ୍ଷରୁ ବସ୍ତା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.