ଗାଁରେ ପଞ୍ଚାୟତ ରାସ୍ତା କାମକୁ ନେଇ ବିବାଦ, ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ

ଭଦ୍ରକ(କେନ୍ଯୁଜ୍): ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଖପରପଦା ସରପଞ୍ଚ ଗୟାଧର ନାୟକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରାଜନୈତିକ ଶତୃତା ଯୋଗୁଁ ତାଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଯାହା ସୂଚନା ମିଳିଛି ଗାଁରେ ପଞ୍ଚାୟତ ରାସ୍ତା କାମକୁ ନେଇ ବିବାଦ ଦେଖାଦେଇଥିଲା । ରାସ୍ତା କାମକୁ ବନ୍ଦ କରିଦେଇଥିଲେ ସରପଞ୍ଚ ।

ଗତକାଲି ରାତିରେ ପଞ୍ଚାୟତ ଅଫିସରୁ ସରପଞ୍ଚ ଗୟାଧର ନାୟକ ନିଜ ବାଇକ ଯୋଗେ ଘରକୁ ଫେରୁଥିଲେ। ସେହି ସମୟରେ ଗାଁ ମୁଣ୍ଡରେ ଏକ ନିଛାଟିଆ ସ୍ଥାନରେ କିଛି ଦୁର୍ବୃତ୍ତ ତାଙ୍କ ଆସିବା ବାଟକୁ ପୂର୍ବରୁ ଜଗି ବସିଥିଲେ। ଗୟାଧରଙ୍କୁ ଏନେଇ କୌଣସି ସୁରାକ୍ ମିଳିନଥିଲା । ତେବେ ନିଜ ବାଇକରେ ସେ ସେହି ସ୍ଥାନରେ ପହଁ ଚିବା କ୍ଷଣି ପୂର୍ବରୁ ଛକି ରହିଥିବା ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ତାଙ୍କ ଉପରକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଆଉ ଗୁରୁତର ଅବସ୍ଥାରେ ଗୟାଧରଙ୍କୁ ଉକ୍ତ ସ୍ଥାନରେ ଛାଡି ଫେରାର୍ ହୋଇଯାଇଥିଲେ। ତେବେ ଏହି ଅରକ୍ରମଣରେ  ତାଙ୍କ ଛାତି, କାନ ଓ ହାତରେ ଗଭୀର ଆଘାତ ଲାଗିଛି ।  ଏନେଇ ଜାଣିବା ପରେ କିଛି ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଉଦ୍ଧାର କରିଥିଲେ ।  ତେବେ ଚିକିତ୍ସା ପାଇଁ ପ୍ରଥମେ ଭଦ୍ରକ ଡାକ୍ତରଖାନା ଏବଂ ପରେ ଭୁବନେଶ୍ଵରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ତେବେ ରାଜନୈତିକ ଆକ୍ରୋଶକୁ ଆଗରୁ ଏମିତି ଅନେକ ଘଟଣା ଘଟିଛି । ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ୍ କଠୋର କାର୍ଯ୍ଯନୁଷ୍ଠାନ ମଧ୍ଯ ଗ୍ରହଣ କରିଛି । ହେଲେ କଣ ହେବ ବାରମ୍ବାର ଏଭଳି ଘଟଣା ଦିନକୁ ଦିନ ବଢିଚାଲିଛି । ସମାନ୍ଯ କିଛି ସ୍ବାର୍ଥ ପାଇଁ ମଣିଷ ମଣିଷର ଜୀବନ ନେବାକୁ ବି ପଛାଉନି। ତେବେ ଏହି ଘଟଣାରେ ପୋଲିସ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବାବେଳେ , ଦୋଷୀଙ୍କୁ ଧରି ତୁରନ୍ତ କାର୍ଯ୍ଯନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.