ବେଆଇନ୍ ପଥର ଖଣି ଉପରେ ଚଢାଉ ବେଳେ ଟାଙ୍ଗୀ ତହସିଲଦାରଙ୍କ ଉପରେ ମରଣାନ୍ତକ ଆକ୍ରମଣ

ଟାଙ୍ଗୀ: ବେଆଇନ ପଥର ଖଣି ଉପରେ ଟାଙ୍ଗୀ ତହସିଲଦାରଙ୍କ ଚଢାଉ ବେଳେ ତହସିଲଦାରଙ୍କ ଉପରେ ମରଣାନ୍ତକ ଆକ୍ରମଣ ।
ଆକ୍ରମଣ ହୋଇଛି ନୟାଗଡ ଜିଲା ଚାନ୍ଦପୁର ଥାନା ବେଣ୍ଟ ଗ୍ରାମରେ । ଟାଙ୍ଗୀ ଅଂଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଙ୍କଡା ପଥର ମାଫିଆଙ୍କ ରାଜ । ବେଆଇନ ପଥର ଖଣି ରୁ ପଥର ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ମୁନାଫା କମାଉଛନ୍ତି ପଥର ଖଣି ମାଫିଆ ।
ମାଫିଆ ମାନଙ୍କୁ ସାବାଡ କରିବା ପାଇଁ ଟାଙ୍ଗୀ ତହସିଲଦାର ଅଶ୍ୱନୀ କୁମାର ଦାସ ବିଭିନ୍ନ ଚୋରା ପଥର ଖଣି ଉପରେ କରୁଛନ୍ତି ଘନ ଘନ ଚଢାଉ । ଫଳରେ ଭୟରେ ପଥର ମାଫିଆ ଦେଉଛନ୍ତି ଛତ୍ରଭଙ୍ଗ ।

ଗତ କାଲି ରାତିରେ ଟାଙ୍ଗୀ ତହସିଲଦାର ଟାଙ୍ଗୀ ତହସିଲ ଅନ୍ତର୍ଗତ ପାତ୍ରପଡା ମୌଜାରେ ଚାଲିଥିବା ଏକ ପଥର ଖଣି ଖନନ ସମୟରେ ସେଠାରେ ସଦଳ ବଳେ ଚଢାଉ କରି ସେଠାରେ ଥିବା କିଛି ଗାଡି ମୋଟର ଜବତ କରିଥିଲେ । ସେହି ସମୟରେ ତହସିଲ କର୍ମଚାରୀ ଓ ମାଫିଆ ମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । କେତେକ ଗାଡି ଛଡାଇ ନେଇଥିଲେ ମାଫିଆ । ମାତ୍ର ଏକ ପଥର ବୋଝେଇ ଟ୍ରକକୁ ଟାଙ୍ଗୀ ତହସିଲଦାର ପିଛା କରୁଥିବା ବେଳେ ସେହି ଟ୍ରକ୍ ନୟାଗଡ ଜିଲ୍ଲା ବେଣ୍ଟ ଗ୍ରାମ ମଧ୍ୟ୍ୟକୁ ପଳାଇ ଯାଇଥିଲା ।

ସେଠାରେ ଟାଙ୍ଗୀ ତହସିଲଦାର ପହଂଚିବା ପରେ ଆଗରୁ ପ୍ରସ୍ତୁତ ମାଫିଆ ମାନେ ଅତର୍କିତ ତହସିଦାରଙ୍କ ଉପରେ ଆକ୍ରମଣ କରିବା ସହ ଜଣେ କର୍ମଚାରୀଙ୍କୁ ଆପହରଣ କରିନେଇଛନ୍ତି । ଏହାସହ ୨ ଜଣ କର୍ମଚାରୀ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ଏହି ସମ୍ପର୍କରେ ଚାନ୍ଦପୁର ଥାନାରେ ଟାଙ୍ଗୀ ତହସିଲଦାର ଏକ ଲିଖିତ ଏତଲା ଦାୟର କରିଛନ୍ତି । ଏତଲାକୁ ଭିତ୍ତି କରି ପୋଲିସ ତଦନ୍ତକୁ ଜୋରଦାର କରିଛି ।

Leave A Reply

Your email address will not be published.