ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ସହ ବାଇକ ଧକ୍କା, ଆରୋହୀ ମୃତ

ଯାଜପୁର (କେନ୍ୟୁଜ): ଜଖପୁରା ଥାନା ଦଶମାଣିଆ ଛକ ନିକଟରେ ଟ୍ରକ ସହିତ ବାଇକ ଧକ୍କା। ଘଟଣା ସ୍ଥଳରେ ବାଇକ ଆରୋହୀ ମୃତ। ପୋଲିସର ତଦନ୍ତ ଆରମ୍ଭ। ସୂଚନା ମୁତାବକ ଆଜି ଦିନ ୯ ଟା ସମୟରେ ନୀଳମଣିଦେଇପୁର ଗାଁ ର ଆନନ୍ଦ ଜେନାଙ୍କ ପୁଅ ମଦନ ମୋହନ ଜେନା ନିକଟରେ ଥିବା ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପକାଇବା କୁ ଯାଉଥିବାବେଳେ ଦଶମାଣିଆ ଛକ ନିକଟରେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇ ଚାଲି ଯାଇଥିଲା।

ଫଳରେ ଘଟଣା ସ୍ଥଳରେ ମଦନଙ୍କର ମୃତ୍ୟୁ ଘଟିଥିଲା। ଘଟଣାକୁ ନେଇ ସ୍ଥାନୀୟ ଲୋକେ ରାସ୍ତାରେ ଶବରଖି ମିଲେଟାରୀ ଛକ ପଙ୍କପାଳ ରୋଡ଼ ଅବରୋଧ କରିଥିଲେ। ଖବର ପାଇ ଜଖପୁରା ପୋଲିସ, ଆଡ଼ସିନାଲ SP ଦାନଗଦି ତହସିଲଦାର ଘଟଣା ସ୍ଥଳରେ ପହଂଚି ଲୋକ ଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୁ ଉଠିଥିଲେ ସ୍ଥାନୀୟ ଲୋକେ। ଜଖପୁରା ପୋଲିସ ଶବ ଜବତ କରି ବ୍ଯବଛେଦ ନିମନ୍ତେ ଦାନଗଦି ଗୋଷ୍ଠୀ ସ୍‌ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।