ହାଇୱାକୁ ଧକ୍କା ଦେଲା ସ୍କର୍ପିଓ, ୩ ମୃତ; ୨ ଗୁରୁତର

କେନ୍ଦୁଝର: ମର୍ମନ୍ତୁଦ ଦୁର୍ଘଟଣା, ୩ ମୃତ । ହାଇୱାକୁ ଧକ୍କା ଦେଲା ସ୍କର୍ପିଓ । ଏକ ବାହାଘର ଭୋଜି ଖାଇ କେନ୍ଦୁଝରରୁ ଫେରୁଥିବାବେଳେ କୋଇଡ଼ା ଥାନା ରେଙ୍ଗାଲବେଡ଼ା ଛକରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଦୁଇ ଶିଶୁ ଓ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଦୁଇ ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝରରୁ ଏକ ବାହାଘର ଭୋଜି ଖାଇ ସ୍କର୍ପିଓରେ ୭ ଜଣ କୋଇଡ଼ା ଫେରୁଥିଲେ । କୋଇଡା ଥାନା ରେଙ୍ଗାଲବେଢ଼ା ଛକ ନିକଟରେ ଏକ ସ୍କର୍ପିଓକୁ ହାଇୱା ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ । ଆହତମାନଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସ୍ଥାନାନ୍ତର କରାଯାଇଛି ।