ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ, ୨ ମୃତ; ୪ ଗୁରୁତର

ସୁନ୍ଦରଗଡ଼ (କେନ୍ୟୁଜ): ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଆମ୍ବଗଛକୁ ପଟିଲା ବୋଲେରୋ । ୨ ମୃତ, ୪ ଗୁରୁତର । ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ଘଣ୍ଟିବୁଡ ଗାଁରେ ଦୁର୍ଘଟଣା ଘଟିଛି । ଗତକାଲି ସଂଧ୍ୟା ସମୟରେ ଚମ୍ପାପଡା ଗାଁରୁ ଦୌଡାପଡା ପଟକୁ ଯାଉଥିବା ଏକ ବୋଲେରୋ ଘଣ୍ଟିବୁଡ ଛକ ବୁଲାଣି ଠାରେ ଭାରସାମ୍ୟ ହରାଇ ୫ଜଣଙ୍କୁ ଧକ୍କାଦେଇ ଆମ୍ବଗଛରେ ପିଟି ହୋଇଯାଇଥିଲା । ଧକ୍କା ଦେଇଥିବା ୫ଜଣଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଯାହାଫଳରେ ଗାଡ଼ିରେ ବସିଥିବା ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସମସ୍ତଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ୍ ପହଞ୍ଚି ତଦନ୍ତ କରୁଛି ।
ସେହିପରି ଆଜି କଟକ କାଜିପାଟଣା ନିକଟ କୁଆଖିଆ ନଦୀ ପୋଲ ଉପରେ ଘଟିଛି ଦୁର୍ଘଟଣା । ସୁଟିଂ ସାରି ଏକ କାରରେ କଟକ ବାଲିକୁଦାରୁ ଫେରୁଥିଲେ କିଛି ମହିଳା କଳାକାର । ଏହି ସମୟରେ ସାମ୍ନାପଟୁ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଟ୍ରକଟି କୁଆଖାଇ ନଦୀକୁ ଖସି ପଡ଼ିଥିଲା । ଘଟଣାସ୍ଥଳରେ ଜଣେ ମହିଳା କଳାକାରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ଜଣ କଳାକାର ଆହତ ହୋଇଛନ୍ତି। ଗୁରୁତରଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି।