ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଜଣାଗାଡ଼ି ଧକ୍କାରେ ଯୁବକ ମୃତ
ବାଲେଶ୍ୱର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣାଗାଡ଼ି ଧକ୍କାରେ ଯୁବକ ମୃତ । ଏନଏଚ୍ ୬୦ ହଳଦୀପଦା ବାଇପାସ ନିକଟରେ ଘଟିଛି ଦୁର୍ଘଟଣା । ମୃତକ ହେଲେ ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ଆଗରଗୋହିରା ଗାଁର ଶତ୍ରୁଘ୍ନ ବାରିକ । ସେ ଏକ ଇଟା ଭାଟିରେ ଶ୍ରମିକ ଭାବେ କାମ କରୁଥିଲେ । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ରୁପ୍ସା ଥାନା ପୋଲିସ ।