ବଲାଙ୍ଗିର: ବୁକୁଫଟା କାନ୍ଦରେ ଫାଟି ପଡୁଛି ବ୍ରାହ୍ମଣୀପାଲି ଗାଁ, ଏକାଠି ଜଳିଛି ବାପା ଓ ଦୁଇ ଝିଅଙ୍କ ଚିତା

ବସ ଧକ୍କାରେ ଗୋଟିଏ ପରିବାରର ୩ଜଣଙ୍କର ହୋଇଥିଲା ମୃତ୍ୟୁ।ଗତକାଲି ବ୍ରାହ୍ମଣୀପାଲି ଗାଁର ବୀଣାପାଣି ପାଣ୍ଡେ ଦୁଇ ଝିଅ ରେଖା ଓ ଶିଖାଙ୍କୁ ନେଇ ପୁଇଁତଳା ବ୍ଲକ ଅଫିସ ଯାଉଥିବା ବେଳେ ଏକ ବସ ଧକ୍କାରେ ତିନିଜଣଙ୍କ ମୃତ୍ୟୁ ଘଟିଥିଲା।

ବଲାଙ୍ଗିର(କେନ୍ୟୁଜ୍): ବସ ଧକ୍କାରେ ବଲାଙ୍ଗିର ବ୍ରାହ୍ମଣୀପାଲି ଗାଁର ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ। ଏକାଠି ଜଳିଛି ବାପା ଓ ଦୁଇ ଝିଅଙ୍କ ଚିତା। ଏବେ ବାପ ଛେଉଣ୍ଡ ଦୁଇ ଝିଅ ଓ ବିଧବା ପତ୍ନୀଙ୍କ ବୁକୁଫଟା କାନ୍ଦରେ ଫାଟି ପଡୁଛି ଗାଁ।

ଗତକାଲି ବ୍ରାହ୍ମଣୀପାଲି ଗାଁର ବୀଣାପାଣି ପାଣ୍ଡେ ଦୁଇ ଝିଅ ରେଖା ଓ ଶିଖାଙ୍କୁ ନେଇ ପୁଇଁତଳା ବ୍ଲକ ଅଫିସ ଯାଉଥିବା ବେଳେ ଏକ ବସ ଧକ୍କାରେ ତିନିଜଣଙ୍କ ମୃତ୍ୟୁ ଘଟିଥିଲା। ବୀଣାପାଣି ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିବା ବେଳେ ଘରେ ବିଧବା ପତ୍ନୀ ଓ ଦୁଇ ଝିଅ ଅଛନ୍ତି। ଆଜି ପୁଇଁତଲା ତହସିଲଦାର ଓ ବ୍ଲକ ଅଧ୍ୟକ୍ଷ ପହଞ୍ଚି ସହାୟତା କରିଛନ୍ତି।

Leave A Reply

Your email address will not be published.