ବୌଦ୍ଧ: ସାପ କାମୁଡ଼ାରେ ଚାଲିଗଲା ବାପ ଝିଅଙ୍କ ଜୀବନ

ବୌଦ୍ଧ : ସାପ କାମୁଡ଼ାରେ ଚାଲିଗଲା ବାପ-ଝିଅଙ୍କ ଜୀବନ ।  ବୌଦ୍ଧ ଜିଲ୍ଲା ଚାରିଛକ ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି ।  ଗତକାଲି ରାତିରେ ବାପା ସୁଶାନ୍ତ କହଁର ଓ ଝିଅ ଲିଲି ଶୋଇଥିବାବେଳେ ଏକ ସାପ କାମୁଡ଼ି ଦେଇଥିଲା । ଦୁଇ ଜଣଙ୍କ ଚିତ୍କାର ଶୁଣି ପରିବାର ଲୋକେ ତୁରନ୍ତ ସେମାନଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।  ଚିକିତ୍ସାଧୀନ ଅବସ୍ଥାରେ ବାପା-ଝିଅଙ୍କ ମୃତ୍ୟୁ ହୋଇଥିଲା ।  ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

 

You might also like