ନାବାଳିକାକୁ ବାରମ୍ବାର ଅପହରଣ ଉଦ୍ୟମ, ଭୟରେ ବିଷ ପିଇଲେ ବାପ-ଝିଅ

ସୋର(କେ ନ୍ୟୁଜ): ନାବାଳିକାକୁ ଅପହରଣ କରାଯିବାପରେ ଭୟଭୀତ ହୋଇ ବାପ ଝିଅ ବିଷ ପିଇଛନ୍ତି । ଦୁହେଁ ଗୁରୁତର ଅବସ୍ଥାରେ ଏବେ ଭଦ୍ରକ ଡାକ୍ତରଖାନରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ମିଳିଥିବା ସୂଚନା ମୁତାବକ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସୋର ଠାରୁ ୪୨ କିଲୋମିଟର ଦୂର ଭଦ୍ରକ ଜିଲ୍ଲା ଗେଲପୁର ଛକ ନିକଟରେ ଘଟିଛି ଏହି ଘଟଣା । ନିକଟରେ ଥିବା ବିଲ ମଝିରୁ ବାପ ଝିଅଙ୍କୁ ଗୁରୁତର ଅବସ୍ଥାରେ ଲୋକେ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ବାପା ଝିଅ କାହିଁକି ବିଷ ପିଇଲେ, କଣ ଥିଲା ଏହା ପଛର କାରଣ ସେନେଇ ଚାରି ଆଡେ ଟାହି ଟାପରା ଜୋର ଧରିଥିଲା । ମିଳିଥିବା ସୂଚନା ମୁତାବକ ଗତ ୧୯ ତାରିଖ ସୋର ମହୁମୁହାଁଣ ଗ୍ରାମର ସଞ୍ଜୟ ନାୟକଙ୍କ ନାବାଳିକା ଝିଅ ମଂଗଳପୁର ଶ୍ରୀ ନିବାସ କଲେଜରୁ ଫେରିବା ବେଳେ ବାଗୁଡ଼ି ନିକଟରେ ସେହି ଅଞ୍ଚଳର ରବୀନ୍ଦ୍ର ଦାସ ଓ ତାର ତିନି ସାଙ୍ଗ ତାକୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ ।

ସେମାନେ କାର ଓ ବୁଲେଟ ଯୋଗେ ଆସି ତାଙ୍କୁ ଅପହଣ କରିବାକୁ ବିଫଳ ହେବା ପରେ ଏବାବଦରେ ସୋର ଥାନାରେ ସଞ୍ଜୟ ଅଭିଯୋଗ ଦାୟର କରିଥିଲେ । ଆଜି ସକାଳେ ବାପା ସଞ୍ଜୟ ଓ ନାବାଳିକା ଝିଅ ଘରୁ ସୋର ଥାନାକୁ ବାଇକ ଯୋଗେ ଆସୁଥିବା ବେଳେ ତାଙ୍କ ମୁହଁରେ ଲୁଗା ଗୁଡ଼ାଇ ଦୁଇଟି ବାଇକରେ ତିନି ଜଣ ଯୁବକ ଆସି ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଡ଼ାଇବାକୁ ଚେଷ୍ଟା କରିଥିଲେ । ଉଭୟ ବାପା ଓ ଝିଅ ଏହି ଘଟଣାରେ ଖୁବ ଭୟଭୀତ ହୋଇଯାଇଥିଲେ । ଆଉ ଏହା ପରେ ଉଭୟେ ଭଦ୍ରକ ଆସି ସେଠାରେ ବିଷ ପିଇ ଦେଇଥିଲେ । ପରେ ଉଭୟଙ୍କୁ ଏକ ବିଲ ମଝିରୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.