ଜଙ୍ଗଲରେ ନିଆଁ ଲଗାଇ ବାପା-ପୁଅ ଗିରଫ

ବୌଦ୍ଧ (କେନ୍ୟୁଜ୍‌) : ଜଙ୍ଗଲରେ ନିଆଁ ଲଗାଇ ବାପା-ପୁଅ ଗିରଫ। ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇଥିବା ଅଭିଯୋଗରେ ବାପା ପୁଅ ଗିରଫ। ସେମାନଙ୍କ ନିକଟରୁ ଗୋଟିଏ ଦିଆସିଲି ଓ ୨ଟି ଟାଙ୍ଗିଆ ଜବତ କରାଯାଇଛି। ଗତକାଲି ରାତିରେ ବନବିଭାଗ ଜଙ୍ଗଲରେ ପାଟ୍ରୋଲିଂ ବେଳେ ୪ଟି ସ୍ଥାନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ନିଆଁ ଲଗାଉଥିବା ବାପା-ପୁଅ ସ୍କ୍ଵାର୍ଡକୁ ଦେଖି ଦୌଡି ପଳାଇବାକୁ ଉଦ୍ୟମ କରିବାବେଳେ ବନବିଭାଗ ହାତରେ ଧରାପଡିଥିଲେ। ଅଭିଯୁକ୍ତ ଦୁଇ ଜଣ ଆସନ ମାଝି ଓ ତାଙ୍କ ପୁଅ ଶ୍ୟାମଘନ ମାଝି। ଗତ ୧୩ ତାରିଖରେ ପୁରୁଣାକଟକ ରେଞ୍ଜ ମୁଣ୍ଡେଶ୍ୱର ଜଙ୍ଗଲରୁ ୪ଜଣଙ୍କୁ ଓ ଗତକାଲି ମନମୁଣ୍ଡା ରେଞ୍ଜ ସୁବର୍ଣ୍ଣଗିରି ଜଙ୍ଗଲରୁ ବନ୍ଧୁକ ସହ ୨ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ବାପା-ପୁଅଙ୍କୁ ଆଜି କୋର୍ଟ ଚାଲାଣ କରାଯିବ।

Leave A Reply

Your email address will not be published.