ମୟୁରଭଞ୍ଜ : ଏକାସଙ୍ଗରେ ଘରୁ ବାହାରିଲା ବାପା, ପୁଅଙ୍କ କୋକେଇ

ମୟୁରଭଞ୍ଜ (କେନ୍ୟୁଜ୍) : ଏକାସଙ୍ଗରେ ଘରୁ ବାହାରିଲା ବାପା, ପୁଅଙ୍କ କୋକେଇ। ଅସୁସ୍ଥ ବାପାଙ୍କୁ ଦେଖିବାକୁ ଯ।ଉଥିବାବେଳେ ଗଲା ପୁଅର ଜୀବନ। ପୁଅର ମୃତ୍ୟୁ ଖବର ପାଇ ବାପା ବି ଆରପାରିକି ଚାଲିଗଲେ। ଏପରି ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳାରେ। ଉଦଳା ୧୨ନମ୍ବର ୱାର୍ଡରେ ରହୁଥିବା ଯାଦବ ସିଂ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ବାପାଙ୍କ ଅସୁସ୍ଥତା ଖବର ପାଇ ହାଇଦ୍ରାବାଦରେ ଚାକିରୀ କରୁଥିବା ପୁଅ ରାମ ସିଂ ବାପାଙ୍କୁ ଦେଖିବାକୁ ଆସୁଥିଲେ। ମାତ୍ର ବିଧିର ବିଧାନ ଥିଲା ଅଲଗା। ଘରୁ ବାହାରିବାବେଳେ ଦୁଆର ମୁହଁରେ ଟଳି ପଡିଥିଲେ ରାମ ସିଂ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଖବର ପାଇବା ପରେ ଯାଦବ ସିଂଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଏହାପରେ ହାଇଦ୍ରାବାଦରୁ ମୃତଦେହ ଉଦଳାରେ ପହଞ୍ଚିବା ପରେ ବାପା ଓ ପୁଅଙ୍କ ଏକାସଙ୍ଗେ ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।