ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କରାଜ: ବାପା-ପୁଅଙ୍କୁ ଆକ୍ରମଣ ପରେ କଲେ ବୋମାମାଡ

ପୁରୀ: ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କରାଜ । ବଳିଆ ପଣ୍ଡା ନାଲି ପଡ଼ିଆ ଅଞ୍ଚଳରେ ବାପା-ପୁଅ ଉପରେ ମରଣାନ୍ତକ ଆକ୍ରମଣ ପରେ ଘର ଉପରକୁ କଲେ ବୋମାମାଡ ।  ପୁଅକୁ ଗୋଡାଇ ଗୋଡାଇ ହାଣିବା ପରେ ଦୁର୍ବୃତ୍ତ ବୋମାମାଡ ମଧ୍ୟ କରିଛନ୍ତି । ଗୁରୁତର ଆହତ ବାପା ଓ ପୁଅ ହେଲେ ସନ୍ଦିପ ସାନିୟଲ୍ ଓ ମୃତ୍ୟୁଞ୍ଜୟ ସାନିୟଲ୍ ବୋଲି ଜଣାପଡିଛି ।  ଗୁରୁତର ଅବସ୍ଥାରେ ଉଭୟଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  ପୂର୍ବଶତ୍ରୁତାରୁ ବୋମାମାଡ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣା ପରେ ଦୁର୍ବୃତ୍ତ ଫେରାର ହୋଇ ଯାଇଛନ୍ତି ।  ତଦନ୍ତ ପରେ ଘଟଣା ପଛର ପ୍ରକୃତ କାରଣ ଜଣାପଡିବ ।

 

You might also like