ଦୁର୍ଘଟଣାରେ ଚାଲିଗଲା ବାପ-ପୁଅଙ୍କ ଜୀବନ, ଝିଅ ଗୁରୁତର
ନୂଆପଡ଼ା : ଦୁର୍ଘଟଣାରେ ଚାଲିଗଲା ବାପ-ପୁଅଙ୍କ ଜୀବନ, ଝିଅ ଗୁରୁତର । ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର କାପସିରୁ ବରଗାଁ ଯିବା ରାସ୍ତା ଅନ୍ଧାରିବରି ନିକଟରେ ସଡକ ଦୁର୍ଘଟଣା ଘଟିଛି । ବାଇକକୁ ଧକ୍କା ଦେଲା କାର । ମୃତକ ଦୁଇ ଜଣ ହେଉଛନ୍ତି, ବାପା ଆତ୍ମାରାମ ତାଣ୍ତି (୬୦) ଓ ପୁଅ ଲିଙ୍ଗରାଜ ତାଣ୍ତି (୨୫) । ଝିଅ ବେଲମତି ତାଣ୍ତି (୩୦) ଙ୍କୁ ଗୁରୁତର ଅବସ୍ଥାରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତିନି ଜଣ ନୂଆପଡ଼ା ସିନାପାଲି ବ୍ଲକ ବରଗାଁରୁ ସିନାପାଲି ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଯାଉଥିବା ଏକ କାର ମୋଟର ସାଇକେଲକୁ ଧକ୍କା ଦେଇଥିଲା । ଫଳରେ ବାପା ଓ ପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ଅଛନ୍ତି । ସିନାପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।