୨ ଟଙ୍କା ପାଇଁ ଗୁଳିମାଡ଼, ଅଳ୍ପକେ ବର୍ତ୍ତୀଲେ ବାପା ପୁଅ

ଚାନ୍ଦବାଲି : ୨ ଟଙ୍କା ପାଇଁ ଗୁଳିମାଡ଼ । ମାତ୍ର ୨ ଟଙ୍କା ପାଇଁ ଯୁକ୍ତିତର୍କ ଆଉ ତା ପରେ ସିଧା ଗୁଳି । ଅଳ୍ପକେ ବର୍ତ୍ତୀଲେ ବାପା ପୁଅ। ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ନାଲଗୁଣ୍ଡା ଛକ ନିକଟରେ ଗୁଳିକାଣ୍ଡ। ସୂଚନା ଅନୁସାରେ, ନାଲଗୁଣ୍ଡା ଛକ ଠାରୁ କିଛି ଦୂରରେ ସାଧୁ ଚରଣ ବେହେରା ନାମକ ଜଣେ ବ୍ୟକ୍ତି ଦୋକାନ କରିଛନ୍ତି।
୨ଟି ବାଇକରେ ୬ ଜଣ ଯୁବକ ଆସି ତାଙ୍କୁ କୋଲ୍ଡ ଡ୍ରିଙ୍କସ୍ ମାଗିଥିଲେ। କୋଲ ଡ୍ରିଙ୍କସ୍ ପିଇ ସାରିବା ପରେ ସାଧୁ ଚରଣ ତାଙ୍କୁ କୋଲ୍ଡ ଡ୍ରିଙ୍କସ୍ ମୂଲ୍ୟ୧୨ଟଙ୍କା କହିଥିଲେ। ୧୦ଟଙ୍କା ଏମଆରପି ଥିବା ବେଳେ ତୁମେ କାହିଁକି ୧୨ ଟଙ୍କା ନେଉଛ ବୋଲି ଯୁବମାନେ ଯୁକ୍ତିତର୍କ କରିଥିଲେ। ପରେ ବନ୍ଧୁକ ବାହାର କରି ଦୋକାନୀ ଓ ତାଙ୍କ ପୁଅକୁ ଗୁଳି ମାଡ଼ କରିଥିଲେ। ଜୀବନ ବିକଳରେ ବାପ ପୁଅ ଦୋକାନ ଛାଡି ଦୌଡ଼ି ଥିଲେ। ଏହି ସୁଯୋଗରେ ଦୋକାନରେ ଥିବା ପ୍ରାୟ ୩୦ ହଜାର ଟଙ୍କା ସେମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।