ମହାନଦୀ ଟାପୁରୁ ଉଦ୍ଧାର ହେଲେ ବାପ-ପୁଅ, ଛେଳି ଚରାଇବାକୁ ଯାଇ ୫ ଦିନ ହେବ ଫସି ରହିଥିଲେ

ଆଠଗଡ(କେନ୍ୟୁଜ୍): ମହାନଦୀ ଟାପୁରୁ ଉଦ୍ଧାର ହେଲେ ବାପ-ପୁଅ। ଛେଳି ଚରାଇବାକୁ ଯାଇ ୫ ଦିନ ହେବ ୨ ଜଣ ଫସି ରହିଥିଲେ। ଆଠଗଡ଼ କନ୍ଦରପୁରର ଅମଙ୍ଗେଇ କୁଦରେ ପ୍ରାୟ ୫ଦିନ ହେବ ବାପ-ପୁଅ ଫସି ରହିଥିଲେ। ଓଡ଼୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ। ଦୁଇ ଜଣ ଛେଳି ଚରାଇବାକୁ ଅମଙ୍ଗେଇ କୁଦକୁ ଯାଇଥିଲେ। ହତାଠ୍‌ ବନ୍ୟାପାଣି ଆସିଯିବାରୁ ଉଭୟ ଫସି ଯାଇଥିଲେ । ଘଟଣାସ୍ଥଳରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ପହଞ୍ଚିଥିଲେ।

ଉଲ୍ଲେଖ ଥାଉ କି କନ୍ଦରପୁର ଗ୍ରାମର ବାପ-ପୁଅ ଧର୍ଯ୍ୟଧର ଦଳାଇ, ଭଜମନ ଦଳାଇ ନିଜ ହୁଲି ଡ଼ଙ୍ଗା ଯୋଗେ ଖାଦ୍ୟ ଓ ବସ୍ତ୍ର ଧରି ମହାନଦୀ ମଝିରେ ଥିବା ଅମଙ୍ଗେଇକୁଦକୁ  ଯାଇଥିଲେ। ୫୦ରୁ ଉର୍ଧ୍ଵ ଛେଳିକୁ ଚରେଇବାକୁ ନେଇ ଯାଇଥିଲେ। ତେବେ ମହାନଦୀରେ ବନ୍ୟା ଆସିବାରୁ ଆଉ ନଦୀ ପାର ହୋଇ ଘରକୁ ଆସି ନ ପାରି ସେଠାରେ ଫସି ରହିଥିଲେ । ସେମାନଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକ ପ୍ରଶାସନକୁ ଅନୁରୋଧ କରିଥିବାବେଳେ ଆଜି ସେମାନଙ୍କୁ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.