ବିଲରେ ଆଳୁ ଲଗାଉ ଥିବା ବେଳେ ଦୁର୍ବୁତ୍ତଙ୍କ ଆକ୍ରମଣ, ବାପା ମୃତ, ପୁଅ ଗୁରୁତର

ଆଠଗଡ଼ : ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ । ବାପା ମୃତ ପୁଅ ଗୁରୁତର । ଢେଙ୍କାନାଳ ସଦର ଥାନା କୃଷ୍ଣପ୍ରସାଦ ଗାଁରେ ଘଟିଛି ଘଟଣା । ବିଲରେ ଆଳୁ ଲଗାଉଥିବା ବେଳେ ଚତୁର୍ଭୁଜ ଜେନା ଓ ତାଙ୍କ ପୁଅ ଓମ୍ ପ୍ରକାଶ ଜେନାଙ୍କୁ ୧୦ରୁ ଅଧିକ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଉଭୟ ବାପା ପୁଅଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବାପା ଚତୁର୍ଭୁଜଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।