ଝିଅ ଓ ସ୍ତ୍ରୀକୁ ହାଣିଲା ବାପା, ଏସସିବି ମେଡିକାଲ ସ୍ଥାନାନ୍ତର

ମାର୍ଶାଘାଇ : ଝିଅ ଓ ସ୍ତ୍ରୀକୁ ହାଣିଲା ବାପା । କେନ୍ଦ୍ରାପଡ଼ା କୁଦାନଗିରି ଥାନା ଗୌଡ଼ଗାଁରେ ପାରିବାରିକ ହିଂସା । ବାପାର ଟାଙ୍ଗିଆ ଚୋଟରେ ଝିଅ, ସ୍ତ୍ରୀ ଓ ଭଣଜା ଗୁରୁତର । ଅଭିଯୁକ୍ତ ରମେଶ ମହାନ୍ତିଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ସୁଷମା ମହାନ୍ତି, ଝିଅ ପ୍ରିୟ ଦର୍ଶିନୀ ଓ ଭଣଜା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ୩ ଜଣଙ୍କୁ ଚିକିତ୍ସା ପାଇଁ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆକ୍ରମଣ କରି ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।