ପୁଅକୁ ଚେଙ୍କ ଦେବା ଘଟଣା : କଣ କହିଲେ ମା, ଜାଣନ୍ତୁ କି ଉତ୍ତର ଦେଲେ

ସାଲେପୁର (କେନ୍ୟୁଜ୍‌) : ପୁଅକୁ ଅତି ଅମାନବୀୟ ଭାବେ ଚେଙ୍କ ଦେବା ଘଟଣାରେ ମୁହଁ ଖୋଲିଛନ୍ତି ପୁଅର ମା । କଟକ ଜିଲ୍ଲା ସାଲେପୁର ବ୍ଲକ୍ ରାମେଶ୍ୱର ପଞ୍ଚାୟତର ଉଚ୍ଚଡିହ ଗାଁର ଅନନ୍ତ ସେଠୀ ଓ ପୁଷ୍ପଲତା ସେଠୀଙ୍କ ପୁଅ ଜୟପ୍ରକାଶଙ୍କୁ ତାଙ୍କ ବାପା ଅନାମ ଅମାନୁଷିକ ଭାବେ ନିଆଁ ଚେଙ୍କ ଦେଇଥିଲେ । ଏହାପରେ ସେ ଘରୁ ଲୁଚି ନିଜ ଅଜା ଘରକୁ ପଳାଇଥିଲା । ପରେ କେନ୍ଦ୍ରାପଡା ମେଡ଼ିକାଲରେ ଚିକିତ୍ସିତ ହେଉଥିଲା । ଗୁରୁତର ଆହତ ଅବସ୍ଥାରେ ତାକୁ ଉଦ୍ଧାର କରାଯାଇଛି । ଏସମ୍ପର୍କରେ ଆମେ ତାଙ୍କ ରାମେଶ୍ୱର ସ୍ଥିତ ଘରକୁ ଯାଇଥିଲି । ତେବେ ଅଭିଯୁକ୍ତ ବାପା ଘରେ ଅନୁପସ୍ଥିତ ଥିଲେ ।

CHENKA-2

ପିଲାଟିର ମା’ଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ତାଙ୍କ ପୁଅ ଜଣେ ମାନସିକ ଭିନ୍ନକ୍ଷମ ବୋଲି କହିଲେ । ଏମିତିକି ଭିନ୍ନକ୍ଷମର ସାର୍ଟିଫିକେଟ୍‌ ମଧ୍ୟ ଦେଖାଇଲେ । ମାନସିକ ଭିନ୍ନକ୍ଷମ ହେତୁ ବିଭିନ୍ନ ଲୋକଙ୍କୁ ହଇରାଣ କରୁଥିବା ସହ ଅନ୍ୟମାନଙ୍କର ସାଇକେଲ ଚୋରି ମଧ୍ୟ କରିଥାଏ । ବାରମ୍ବାର ଏଭଳି ଅଭିଯୋଗ ଆସୁଥିବାରୁ ତା ବାପା ଭୀଷଣ ରାଗି ଯାଇଥିଲେ । ଆଉ ଲୁହା ରଡ୍‌କୁ ନିଆଁରେ ତତାଇ ପୁଅକୁ ଚେଙ୍କ ଦେଇଥିଲେ ବୋଲି ମା ପୁଷ୍ପଲତା ସ୍ୱୀକାର କରିଛନ୍ତି । ଏହାପରେ ପୁଅ ଡରି ଯାଇ ପ୍ରାୟ ୩୦ କିଲୋମିଟର ଦୂର କେନ୍ଦ୍ରାପଡ଼ାକୁ ପଳାଇ ଆସିଥିଲା ।
ତେବେ ଗତକାଲି ଯାହା ସୂଚନା ମିଳିଥିଲା ସେ ଅନୁସାରେ, ପୁଅକୁ ମାଛ ଆଣିବାକୁ ପଠା ଯାଇଥିଲା । ସେ ଡେରି କରିବାରୁ ବାପା ମଦ ନିଶାରେ ତାକୁ ଚେଙ୍କ ଦେଇଥିଲେ । ଅବଶ୍ୟ ଏ ନେଇ ଆମେ ଆଜି ବାପାଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲୁ । ହେଲେ ସେ ଘରେ ନାହାନ୍ତି ବୋଲି ପତ୍ନୀ ପୁଷ୍ପଲତା କହିଥିଲେ ।

ନିଜ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ପୁଅର ମାନସିକତା କଥା କହିଥିଲେ ଏବଂ ମାନିଥିଲେ କି ସ୍ୱାମୀ ତାଙ୍କର ଭୁଲ କରିଛନ୍ତି ବୋଲି । ତେବେ ସେ ଯାହା ହେଉନା କାହିଁକି ବାପା ଅନନ୍ତ ସେଠୀ ଜଣେ ଅମଣିଷ ଭଳି କାମ କରିଛନ୍ତି ଏଥିରେ ସନ୍ଦେହ ନାହିଁ । ଯଦି ପିଲାଟି ମାନସିକ ଭିନ୍ନକ୍ଷମ ତେବେ ତାର ଚିକିତ୍ସା ନିହାତି ଜରୁରୀ ।

ସେପଟେ ଘଟଣାଟି ଯାଇ ଶିଶୁ ସୁରକ୍ଷା ସମିତି ପାଖରେ ପହଞ୍ଚିଛି । ସମିତି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.