ପୁଅକୁ ଟାଙ୍ଗିଆରେ ହାଣି ଜୀବନ ହାରିଲା ବାପା, ନିଶାସକ୍ତ ଅବସ୍ଥାରେ ହୋଇଥିଲା ଗଣ୍ଡଗୋଳ 

ନୂଆପଡ଼ା(କେନ୍ୟୁଜ୍): ନୂଆପଡା ଜିଲ୍ଲା ଧରମବନ୍ଧା ଗାଁରେ ପୁଅକୁ ହାଣି ହତ୍ୟା କରିବା ପରେ ଆତ୍ମହତ୍ୟା କଲା ବାପା। ଗତକାଲି ବାପା ପୁଅ ମଧ୍ୟରେ ନିଶାସକ୍ତ ଅବସ୍ଥାରେ ଗଣ୍ଡ ଗୋଳ ହୋଇଥିଲା । ଏଥିରେ ବାପା ଉତ୍ୟକ୍ତ ହୋଇ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ପୁଅର ମୃତ୍ୟୁ ପରେ ବାପା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ସଦର ବ୍ଳକ ଧରମବନ୍ଧା ଗାଁ ଫୋକଟପଡ଼ା ଗାଁରେ । ମୃତକ ବାପା ହେଲେ ନକୁଳ ରାଉତ(୫୫) ଓ ପୁଅ ସବିତ ରାଉତ(୩୫) । ଏବେ ଘଟଣା ସ୍ଥଳରେ ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।

ଗତ କିଛି ଦିନ ତଳେ ପୁଅ ସବିତ ରାଜ୍ୟ ବାହାରୁ ଦାଦନ ଖଟି ନିଜ ଘର ଫେରିଥିଲେ। ଗତକାଲି ରାତି ୧୧ ଟାରେ ପୁଅ ସବିତ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲେ । ଏହି ସମୟରେ ବାପା ମଧ୍ୟ ନିଶାସକ୍ତ ଅବସ୍ଥାରେ ଥିଲେ । ସେଠାରେ ବାଇକ ରଖିବାକୁ ନେଇ ବାପା ଓ ପୁଅ ମାଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ବାପା ନକୁଳ ପୁଅ ସବିତକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ସବିତଙ୍କ ମୁଣ୍ଡର ପଛ ପଟେ ଟାଙ୍ଗିଆ ଛୋଟ ଲାଗିବାରୁ ପ୍ରବଳ ରକ୍ତଶ୍ରାବ ହୋଇ ଗାଁ ଦାଣ୍ଡରେ ଟଳି ପଡିଥିଲେ । ପୁଅର ମୃତ୍ୟୁ ପରେ ବାପା ମାନସିକ ଭାରସାମ୍ୟ ହରାଇ ଘର ଭିତରେ ଖୋଲା ଛାତର କାଠରେ ପ୍ଲାଷ୍ଟିକ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ବାପା ଓ ପୁଅର ଝଗଡ଼ାରେ ପରିବାର ଛିନଛତ୍ର ହୋଇଥିଲେ । ଆଜି ସକାଳେ ଖବର ପାଇ ଧରମବନ୍ଧା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ସଂଯୁକ୍ତା ବାର୍ଳା ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.