ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ହତ୍ୟାକାଣ୍ଡ! ପୁଅର ଛୁରାମାଡ଼ରେ ବାପା ମୃତ

ଭଞ୍ଜନଗର(କେନ୍ୟୁଜ୍): ପୁଅର ଛୁରାମାଡ଼ରେ ବାପା ମୃତ । ଗଞ୍ଜାମ ଜିଲ୍ଲା ଆସିକା ଥାନା ପଢ଼ାଳ ଗାଁର ଅଭାବନୀୟ ଘଟଣା । ମୃତକ ହେଲେ ଦେବରାଜ ନାହାକ । ସୂଚନା ଅନୁଯାୟୀ, ଗତକାଲି ରାତିରେ ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ପୁଅର ଛୁରାମାଡ଼ ପରେ ଦେବରାଜଙ୍କୁ ଗୁରୁତର ଅବସ୍ଥାରେ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରୁ ଅଭିଯୁକ୍ତ ପୁଅ ଫେରାର ହୋଇଯାଇଥିଲା । ପୋଲିସ ଅଭିଯୁକ୍ତ ଅରୁଣ ନାହାକକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ଜବତ କରିଛି ।