ଘରେ ପଶି ବାପା ପୁଅଙ୍କୁ ଠେଙ୍ଗାରେ ଆକ୍ରମଣ: ବାପା ମୃତ ଓ ସାନପୁଅ ଗୁରୁତର

ଭଞ୍ଜନଗର(କେନ୍ୟୁଜ୍): ଘରେ ପଶି ଠେଙ୍ଗାରେ ଆକ୍ରମଣ । ଘଟଣାସ୍ଥଳରେ ବୃଦ୍ଧ ବାପାର ମୃତ୍ୟୁ ହୋଇଥିବା ବେଳେ, ସାନପୁଅ ଗୁରୁତର । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୋଲସର ଗାଁ ଖଦାଳସାହିରେ । ମୃତକ ହେଲେ ଆନନ୍ଦ ନାହାକ । କୌଣସି କାରଣକୁ କେନ୍ଦ୍ରକରି ସେହି ଗାଁର ଦୁଇ ବ୍ୟକ୍ତି ଆନନ୍ଦ ନାହାକଙ୍କ ଘରେ ପଶି ତାଙ୍କ ପୁଅ ଅମରକୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ତେବେ ପୁଅକୁ ବଞ୍ଚାଇବାକୁ ଯାଇ ବାପା ଆକ୍ରମଣର ଶିକାର ହୋଇଥିଲେ ।

ଘଟଣାସ୍ଥଳରେ ଆନନ୍ଦ ନାହାକଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ପୁଅକୁ କବିସୂର୍ଯ୍ୟନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ କବିସୂର୍ଯ୍ୟନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇବା ସହ ୨ ଜଣଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.