ବାଇକକୁ ଧକ୍କା ଦେଲା ବୋଲେରୋ: ଦୁର୍ଘଟଣାରେ ବାପା ମୃତ, ପୁଅ ଗୁରୁତର

ବୌଦ୍ଧ : ବୋଲେରୋ-ବାଇକ ଧକ୍କା ବାପା ମୃତ ପୁଅ ଗୁରୁତର । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଖଟଖଟିଆ ରୁ ପଲସାଗୋରା ରାସ୍ତା ମଝିରେ ଘଟିଛି ଏହି ଦୁର୍ଘଟଣା । ମୃତକ ସଉରୀପାଲି ଗାଁର ଅରୁଣ ବଣ୍ଡକି ହୋଇଥିବାବେଳେ ଗୁରୁତର ଆହତ ଜଣକ ହେଲେ ସେହି ଗାଁର ରୋହିତ ବଣ୍ଡକି ।

ସୂଚନା ଅନୁସାରେ ବାପା ପୁଅ ଏକ ବାଇକ ଯୋଗେ ଖଟଖଟିଆରୁ ପଲସାଗୋରାକୁ ଆସୁଥିବା ସମୟରେ ସାମ୍ନା ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ବଲେରୋ ଗାଡି ତାଙ୍କୁ ଧକ୍କାଦେଇ ଫେରାର ମାରିଥିଲା । ଫଳରେ ବାଇକ ଚୁରମାର ହୋଇଯାଇଥିବାବେଳେ ଘଟଣାସ୍ଥଳରେ ଉଭୟରେ ଗୁରୁତର ହୋଇଥିଲେ । ଉଭୟ ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମନମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ଅରୁଣକୁ ମୃତ ଘୋଷଣା କରିଥିବାବେଳେ ଗୁରୁତର ରୋହିତକୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ତେବେ ରୋହିତଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ପରିବାର ପକ୍ଷରୁ ମନମୁଣ୍ଡା ଥାନାରେ ଏକ ମାମଲା ଦାୟର କରାଯାଇଛି । ଅଭିଯୋଗ ଆଧାରରେ ମନମୁଣ୍ଡା ପୋଲିସ ତଦନ୍ତ ଆରମ୍ଭ କରିଛି ।