ଦୁଇ ବାଇକ ମୁହାଁମୁହିଁ ଧକ୍କା, ବାପା ମୃତ, ପୁଅ ଗୁରୁତର
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନଙ୍ଗପୁର ରାସ୍ତାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି l ମୃତକ ହେଲେ ସିଦ୍ଧେଶ୍ୱର ଗାଁ ର ଅଭିମନ୍ଯୁ ବିଷୋୟୀ l
ବ୍ରହ୍ମପୁର (କେନ୍ୟୁଜ ) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନଙ୍ଗପୁର ରାସ୍ତାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି l ମୃତକ ହେଲେ ସିଦ୍ଧେଶ୍ୱର ଗାଁ ର ଅଭିମନ୍ଯୁ ବିଷୋୟୀ l
ଦିଗପହଣ୍ଡି ପଟୁ ଗାଁ କୁ ବାପା ଅଭିମନ୍ଯୁ ପୁଅ ସହିତ ବାଇକ ରେ ଯାଉଥିବା ବେଳେ ବିପରୀତ ଦିଗରୁ ବାସୁଦେବ ପୁର ଜଣେ ବ୍ଯକ୍ତି ବାଇକ ରେ ଆସୁଥିଲେ, ହଠାତ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା, ଘଟଣା ସ୍ଥଳରେ ଅଭିମନ୍ଯୁ ଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ କୁ ଗୁରୁତର ଅବସ୍ଥା ରେ ବ୍ରହ୍ମପୁର ଏମ କେ ସି ଜି କୁ ସ୍ଥାନାନ୍ତର କରାଯାଇଛି&ପୋଲିସ ତଦନ୍ତ ଜାରୀ ରହିଛି l