ବାଲେଶ୍ଵର : ପୁତ୍ରହନ୍ତା ବାପାକୁ ଆଜୀବନ ସଜା । ଆଜୀବନ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମାନା । ନିଜ ଶିଶୁ ପୁତ୍ରକୁ ଘରୁ ଉଠାଇ ନେଇ ହତ୍ୟା ଅଭିଯୋଗରେ ବାପାକୁ ଆଜୀବନ କାରାଦଣ୍ଡ ସହ ୫ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୨ମାସ ଜେଲ ଦଣ୍ଡ । ଦୋଷୀ ଦୁଲା ରାମ ବସ୍କେକୁ ଆଜୀବନ କାରାଦଣ୍ଡ । ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ଓପିଆଇଡି କୋର୍ଟର ଜଜ୍ ବିଶ୍ୱଜିତ ଦାସ ।
ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଂଚଳରେ ଏହି ଘଟଣା ଘଟିଥିବା ବେଳେ, ଖଇରା ଥାନାରେ ମୃତ ଶିଶୁର ମାଆ ଅଭିଯୋଗ କରିଥିଲେ । ସ୍ବାମୀଙ୍କ ମୃତ୍ୟୁ ପରେ ଗୌରୀ ଦିଅର ଦୂଲା ରାମଙ୍କୁ ବିବାହ କରିଥିଲେ । ୧୨ ଜଣ ସାକ୍ଷୀ ଓ ୧୫ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ଏହି ମାମଲାରେ ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ।