ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର : ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡ । ସାବତ ପୁଅକୁ ହତ୍ୟା ମାମଲାରେ ବାପାକୁ ଆଜୀବନ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ ଭୁବନେଶ୍ବର ଏଡିଜେ-୨ କୋର୍ଟ । ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅଞ୍ଚଳରେ ଘଟିଥିଲା ହତ୍ୟାକାଣ୍ଡ । ୨୦୧୯ ମାର୍ଚ୍ଚରେ ଘଟିଥିଲା ହତ୍ୟାକାଣ୍ଡ ।

ମାମଲାଟି ଥିଲା ଏପରି । ଦାଶରଥୀ ଟୁଡୁଙ୍କ ପତ୍ନୀ ଲକ୍ଷ୍ମୀ 2011 ମସିହାରେ ରାଉରକେଲାରେ ସଞ୍ଜୟଙ୍କୁ ପ୍ରଥମ ବିବାହ କରିଥିଲେ । 2014ରେ ଲକ୍ଷ୍ମୀ ଓ ସଞ୍ଜୟଙ୍କ ଠାରୁ ସନ୍ତୋଷ ଜନ୍ମ ନେଇଥିଲେ । ତେବେ ସଞ୍ଜୟ ଓ ଲକ୍ଷ୍ମୀଙ୍କ ମଧ୍ୟରେ ବାରମ୍ବାର କଳହ ଲାଗି ରହୁଥିଲା । ଶେଷରେ ଲକ୍ଷ୍ମୀ ସଞ୍ଜୟଙ୍କୁ ଛାଡି ଦାଶରଥି ଟୁଡୁଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ହେଲେ ଲକ୍ଷ୍ମୀଙ୍କ ପ୍ରଥମ ସ୍ୱାମୀଙ୍କ ପୁଅ ସନ୍ତୋଷକୁ ପାଖରେ ରଖିବାକୁ ଚାହୁଁ ନଥିଲା ଦାଶରଥୀ । ଫଳରେ ଅଘଟଣ ଦିନ 2019 ମାର୍ଚ୍ଚରେ ଆଗ ସ୍ୱାମୀଙ୍କ ପୁଅ ସନ୍ତୋଷର ମୁଣ୍ଡକୁ କାନ୍ଥରେ ବାଡ଼ାଇ ମାରିବା ପରେ ତା’ ଉପରେ ନାଚିଥିଲା ଦାଶରଥୀ ।

ପତ୍ନୀ ଲକ୍ଷ୍ମୀ ପୁଅକୁ ଡ଼ାକ୍ତର ଖାନା ନେବାକୁ ଅନୁରୋଧ କରିଥିଲେ ହେଁ ରାକ୍ଷସ ଦାଶରଥି ମାନିନଥିଲା । ଏନେଇ କାହାକୁ ଜଣାଇଲେ ତାଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିଲା । ପରେ ସନ୍ତୋଷର ମୃତ୍ୟୁକୁ ପ୍ରାକୃତିକ ମୃତ୍ୟୁ ଦେବା ପାଇଁ ହସ୍ପିଟାଲ ନେଇ ଯାଇଥିଲା ଦାଶରଥୀ । ହେଲେ ପୋଷ୍ଟମର୍ଟମ ରିପୋର୍ଟ ଦାଶରଥୀର ସବୁ ଖେଳକୁ ପଦାରେ ପକାଇ ଦେଇଥିଲା । ପୋଲିସ ଦାଶରଥୀକୁ ଜେରା କରିବା ପରେ ସବୁ କଥା ଜଣାପଡିଥିଲା । ସାତଜଣ ସାକ୍ଷୀଙ୍କ ବୟାନ, 17 ଦସ୍ତାବୀଜ ଓ ପ୍ରତ୍ୟକ୍ଷଦର୍ଶୀ ଲକ୍ଷ୍ମୀଙ୍କ ବୟାନକୁ ଭିତ୍ତି ADJ 2 ଦାଶରଥିକୁ ଆଜୀବନ କାରାଦଣ୍ଡାଦେଶ ସହ 20,000 ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ।

You might also like