ମାହାଙ୍ଗା: ଜମିଜମା ଭାଗବଣ୍ଟାକୁ ନେଇ ଶ୍ୱଶୂର ନାଁରେ ବୋହୂକୁ ହତ୍ୟା କରିଥିବା ଅଭିଯୋଗ
ମାହାଙ୍ଗା(କେନ୍ୟୁଜ୍): ଗୋଟିଏ ସ୍ଥାନରେ ଶ୍ୱଶୂର ବୋହୂର ବାହାଘର କଲେ। ସେପଟେ ଆଉ ଗୋଟିଏ ସ୍ଥାନରୁ ଶ୍ୱଶୂର ନାଁରେ ବୋହୂକୁ ହତ୍ୟା କରିଥିବା ଅଭିଯୋଗ। ଶାଶୁ ଘରକୁ ଆସିବାର ୯ ମାସ ବିତିନି, ବୋହୂର ଝୁଲନ୍ତା ଶବ ଘରୁ ଉଦ୍ଧାର ହୋଇଛି। ମାହାଙ୍ଗା ଥାନା ଅକରପଡା ଗାଁରେ ଏପରି ଘଟଣା ଘଟିଛି। ଯାଜପୁର ବାଲିଚନ୍ଦ୍ରପୁର ପଣସୁଦ୍ଧା ଗାଁର ଝିଅ ସିରିନ୍ ଫିର୍ଦ୍ଦୋଶଙ୍କର ଅକପଡା ଗାଁର ମୀର୍ଜା ଇମରାନଙ୍କ ବିବାହ ହୋଇଥିଲା। ଉଭୟଙ୍କର ପ୍ରେମ ବିବାହ ଥିଲା। ବିବାହ ପରେ ସ୍ୱାମୀ ଚାକିରୀ ପାଇଁ ସାଉଦିଆରବ ଯାଇଛନ୍ତି। ଗତକାଲି ସିରିନ୍ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ଅଭିଯୋଗ ହୋଇଛି, ଜମିଜମା ଭାଗବଣ୍ଟାକୁ ନେଇ ଶାଶୁଘର ଲୋକେ, ସିରିନ୍ଙ୍କୁ ହତ୍ୟା କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହା ଆତ୍ମହତ୍ୟା ନା ହତ୍ୟା ତାର ତଦନ୍ତ ଚାଲିଛି। ପୋଲିସ ଶ୍ୱଶୂରକୁ ଅଟକ ରଖି ପଚାରାଉଚରା କରୁଛି।